ଭୁବନେଶ୍ୱର : କିଛିଦିନ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଥିବା ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ବିଜେପିରେ ମିଶିବା ନେଇ ତାଙ୍କ ସ୍ବାମୀ ଦେବେନ୍ଦ୍ର ଦାସ ସୂଚନା ଦେଇଛନ୍ତି। ଏହା ସହ ସେ ଏକ ବିସ୍ଫୋରକ ବୟାନ ଦେଇ ରାଜନୈତିକ ହଟଚମଟ ସୃଷ୍ଟି କରିଛନ୍ତି। ସେ କହିଛନ୍ତି, ନବୀନଙ୍କୁ ହାରିବାକୁ କଣ୍ଟାବାଞ୍ଝି ପଠାଯାଇଥିଲା। ୨୦୧୯ରେ ସେହି ସିଟରେ ଲକ୍ଷ୍ମଣ ବାଗ ମାତ୍ର ୧୨୬ ଭୋଟରେ ହାରିଥିଲେ। ସେଠାରେ ଯାଦବ ଭୋଟ ସଂଖ୍ୟା ପ୍ରାୟ ୯୩ ହଜାର। ଏଭଳି ଅବସ୍ଥାରେ ନବୀନଙ୍କୁ ସେଠାରୁ ଚକ୍ରାନ୍ତ କରି ପ୍ରାର୍ଥୀ କରାଯାଇଥିଲା। ନବୀନ ହାରନ୍ତୁ ବୋଲି ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିବା ସେ କହିଛନ୍ତି। ସେ ଆହୁରି କହିଛନ୍ତି, ନବୀନ ହାରିଥିଲେ କାର୍ତ୍ତିକ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ। ଏହା ସେମାନଙ୍କର ଚକ୍ରାନ୍ତ ଥିବା କହି ରାଜ୍ୟ ରାଜନୀତିରେ ବିସ୍ଫୋରଣ ସୃଷ୍ଟି କରିଛନ୍ତି।
ସୂଚନାଯୋଗ୍ୟ, ଆସନ୍ତା ୬ ତାରିଖରେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ବିଜେପିରେ ମିଶିବା ନେଇ ସ୍ପଷ୍ଟ ହୋଇଛି । ଏନେଇ ତାଙ୍କ ସ୍ବାମୀ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଦଳୀୟ କାର୍ୟ୍ୟକ୍ରମରେ କୋଣଠେସା କରାଯିବା ସହ ଦଳ ତାଙ୍କୁ ଅଣଦେଖା କରୁଥିବାରୁ ବାଧ୍ୟ ହୋଇ ବିଜେଡି ଛାଡିଥିବା ସୁନନ୍ଦା କହିଥିଲେ।
Comments are closed.