ବିହାର: ପାଟଣା ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସରକାର । ଶ୍ରାବଣ ମାସରେ ଜଳଲାଗି ପାଇଁ କାଉଡିାଙ୍କୁ ମନା ହୋଇଛି ଶିବ ମନ୍ଦିର । ପାଟଣା ଜିଲ୍ଲାରେ ଥିବା ଶିବ ମନ୍ଦିର ସବୁ ଆସନ୍ତା ଅଗଷ୍ଟ ୪ ତାରିଖ ଯାଏଁ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ସ୍ଥାନୀୟ ପ୍ରଶାସନ ।
ଯେଉଁସବୁ ଶିବ ମନ୍ଦିରରେ ଶ୍ରାବଣ ମାସରେ ଭିଡ଼ ଜମେ ଓ ଜଳଲାଗି ପାଇଁ ହଜାର ହଜାର କାଉଡ଼ିଆ ଆସନ୍ତି ସେସବୁ ଶିବ ମନ୍ଦିର ବନ୍ଦ ରହିବ । ସେହିପରି ଶ୍ରାବଣ ମେଳା ଓ କାଉଡିଆ ଯାତ୍ରା ଆୟୋଜନ ଉପରେ ବି ରୋକ ଲଗାଇଛି ପ୍ରଶାସନ ।

ଆସନ୍ତା ୬ ତାରିଖରୁ ଆରମ୍ଭ ହେଉଛି ଶ୍ରାବଣ ମାସ । ଏହି ମାସରେ ଶିବ ମନ୍ଦିରରେ ପୂଜାର୍ଚ୍ଚନା ସହ ଜଳାଭିଷେକ କରିବା ପାଇଁ ପାଟଣାର ବିଭିନ୍ନ ଶିବ ମନ୍ଦିରରେ ଅହେତୁକ ଭିଡ଼ ହୁଏ । କରୋନା ସଂକ୍ରମଣ ବଢ଼ିବା ଆଶଙ୍କା କରି ସତର୍କତାମୂଳକ ପଦକ୍ଷେପ ଭାବରେ ଜିଲ୍ଲାର ସମସ୍ତ ଶିବ ମନ୍ଦିର ବନ୍ଦ ପାଇଁ ନିଷ୍ପତ୍ତି ନେଇଛି ପାଟଣା ଜିଲ୍ଲା ପ୍ରଶାସନ ।
BREAKING NEWS
- କ୍ଷମା ମାଗିଲେ ଇଂଲଣ୍ଡ ଦଳର ଅଧିନାୟକ ହ୍ୟାରୀ ବ୍ରୁକ
- ବାୟୁ ପ୍ରଦୂଷଣ ନେଇ ଧର୍ମେନ୍ଦ୍ରଙ୍କ ଚିନ୍ତା ପ୍ରକଟ;ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ହସ୍ତକ୍ଷେପ ଲୋଡିଲେ
- ବିଜୟ ହଜାରେ ଟ୍ରଫି: କ୍ୱାର୍ଟର ଫାଇନାଲ ଲାଇନଅପ ଚୂଡାନ୍ତ
- ସବୁଠାରୁ ବଡ଼ ପ୍ରତିରକ୍ଷା ଚୁକ୍ତି ଖୁବ୍ ଶୀଘ୍ର ହେବ ଚୂଡ଼ାନ୍ତ; ଜର୍ମାନୀ ଭାରତକୁ ଦେବ ୬ଟି ଘାତକ ବୁଡ଼ାଜାହାଜ
- ତିଳକ ବର୍ମାଙ୍କ ଟି୨୦ ବିଶ୍ୱକପ ଖେଳିବା ନେଇ ସନ୍ଦେହ, କିଏ ହେବେ ବଦଳ ଖେଳାଳି
- କନ୍ୟା ବିବାହ ଯୋଜନାରେ ଉତ୍କଳିକାରୁ କିଣା ହେବ ବିବାହ ଉପହାର ଓ ସାମଗ୍ରୀ
- ବୋମା ଧମକ ପରେ ସ୍ଵାଭାବିକ ହେଲା କୋର୍ଟ କାର୍ଯ୍ୟ…
- ଉଜବେକିସ୍ତାନ ଆଙ୍ଗିୟୁଲରେ ଫସିଛନ୍ତି ଓଡିଆ; ଦରମା ଦଉନି କମ୍ପାନୀ, ଦୂତାବାସ ବି ଶୁଣୁନି…
- ରାଜ୍ୟ ପରିବହନ ନିଗମର ୩ ଅଧିକାରୀଙ୍କ ଦରମା ବନ୍ଦ
- ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା, ଜାଣନ୍ତୁ କେଉଁମାନେ ପାଇବେ…
Comments are closed.