ବିହାର: ପାଟଣା ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସରକାର । ଶ୍ରାବଣ ମାସରେ ଜଳଲାଗି ପାଇଁ କାଉଡିାଙ୍କୁ ମନା ହୋଇଛି ଶିବ ମନ୍ଦିର । ପାଟଣା ଜିଲ୍ଲାରେ ଥିବା ଶିବ ମନ୍ଦିର ସବୁ ଆସନ୍ତା ଅଗଷ୍ଟ ୪ ତାରିଖ ଯାଏଁ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ସ୍ଥାନୀୟ ପ୍ରଶାସନ ।
ଯେଉଁସବୁ ଶିବ ମନ୍ଦିରରେ ଶ୍ରାବଣ ମାସରେ ଭିଡ଼ ଜମେ ଓ ଜଳଲାଗି ପାଇଁ ହଜାର ହଜାର କାଉଡ଼ିଆ ଆସନ୍ତି ସେସବୁ ଶିବ ମନ୍ଦିର ବନ୍ଦ ରହିବ । ସେହିପରି ଶ୍ରାବଣ ମେଳା ଓ କାଉଡିଆ ଯାତ୍ରା ଆୟୋଜନ ଉପରେ ବି ରୋକ ଲଗାଇଛି ପ୍ରଶାସନ ।

ଆସନ୍ତା ୬ ତାରିଖରୁ ଆରମ୍ଭ ହେଉଛି ଶ୍ରାବଣ ମାସ । ଏହି ମାସରେ ଶିବ ମନ୍ଦିରରେ ପୂଜାର୍ଚ୍ଚନା ସହ ଜଳାଭିଷେକ କରିବା ପାଇଁ ପାଟଣାର ବିଭିନ୍ନ ଶିବ ମନ୍ଦିରରେ ଅହେତୁକ ଭିଡ଼ ହୁଏ । କରୋନା ସଂକ୍ରମଣ ବଢ଼ିବା ଆଶଙ୍କା କରି ସତର୍କତାମୂଳକ ପଦକ୍ଷେପ ଭାବରେ ଜିଲ୍ଲାର ସମସ୍ତ ଶିବ ମନ୍ଦିର ବନ୍ଦ ପାଇଁ ନିଷ୍ପତ୍ତି ନେଇଛି ପାଟଣା ଜିଲ୍ଲା ପ୍ରଶାସନ ।
BREAKING NEWS
- ସେନା ମେଡାଲ୍ ବିଜେତାଙ୍କୁ ଆଜୀବନ ଟ୍ରେନ୍ ଯାତ୍ରା ମାଗଣା
- Flight Scare: ଆକାଶରେ ହଠାତ୍ ଥରିଲା ଫ୍ଲାଇଟ୍, ଭୟରେ ‘ୱାହେଗୁରୁ’ ଜପିଲେ ଶେହନାଜ ଗିଲ୍…ତା’ ପରେ କିଛି ଏମିତି ହେଲା…
- UPI vs Cash: କେଉଁଟି ଅଧିକ ଟଙ୍କା ସଞ୍ଚୟ ହୁଏ?
- ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ୨ ଛାତ୍ର
- ମକ୍କାରେ ପ୍ରଥମ ଥର ପାଇଁ ଆଲର୍ଟ ଜାରି, ଆତଙ୍କରେ ସାଉଦି ଆରବ..
- ଫେସବୁକ୍-ଇନଷ୍ଟାଗ୍ରାମରେ ଚାଲିଛି ଶିଶୁ ଯୌନ ଶୋଷଣ ବିଜ୍ଞାପନ! କେନ୍ଦ୍ର ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ
- Weapons in Space: ଅନ୍ତରୀକ୍ଷରେ ଆମେରିକାର ଅସ୍ତ୍ର! ରୁଷ-ଚୀନକୁ ବଡ଼ ଚେତାବନୀ, ମହାକାଶରେ ଆରମ୍ଭ ହେବ କି ନୂଆ ଯୁଦ୍ଧ?
- ଚିନ୍ତାରେ ପାକ୍ ସରକାର : ପେଟ୍ରୋଲ ପାଇଁ “ଲକ୍ ଡାଉନ୍ “ଭଳି ଆଗକୁ ବ୍ୟବସ୍ଥା
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ
- Powerful Bombs: ଆହୁରି ଭୟଙ୍କର ହୋଇପାରେ ଇରାନ ଯୁଦ୍ଧ? ଇସ୍ରାଏଲକୁ ୪୦ ହଜାର ବମ୍ ଦେବେ ଟ୍ରମ୍ପ!

Comments are closed.