Latest Odisha News

କପିଳ ଦେବ ସୁସ୍ଥ, ଡାକ୍ତରଖାନାରୁ ଛୁଟି ପାଇଲେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦୁର୍ଦ୍ଦଷ ଅଲରାଉଣ୍ଡର ଭାବେ ବିବେଚିତ କପିଳ ଦେବ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ରବିବାର ତାଙ୍କୁ ଡାକ୍ତରଖାନାରୁ ଛୁଟି ଦିଆଯାଇଛି । ଗୁରୁବାର ୬୧ ବର୍ଷୀୟ କପିଲ ଦେବ ହୃଦଘାତର ଶିକାର ହୋଇଥିଲେ ।  ଏହାପରେ ତାଙ୍କୁ ନୂଆଦିଲ୍ଲୀର ଫୋର୍ଟିଜ ଏସ୍କର୍ଟସ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଏବେ ସୁସ୍ଥ ହେବାରୁ ଡିସଚାର୍ଜ ହୋଇଛନ୍ତି ବୋଲି ଡାକ୍ତର କହିଛନ୍ତି ।  ସେ ଡାଙ୍କର ଅତୁଲ ମାଥୁରଙ୍କ ପରାମର୍ଶ ମଧ୍ୟ ନେବେ ବୋଲି କୁହାଯାଇଛି ।

କପିଳ ଦେବଙ୍କ ପୂର୍ବତନ ସାଥୀ ଖେଳାଳି ଚେତନ ଶର୍ମା ନିଜ ଟୁଇଟରରେ କପିଲ ଓ ଡାକ୍ତର ମାଥୁରଙ୍କ ଫଟୋ ସେୟାର କରିଛନ୍ତି । ସେ ଟୁଇଟରେ ଲେଖିଛନ୍ତି ଯେ, ଡ. ଅତୁଲ ମାଥୁର କପିଲ ଦେବଙ୍କ ଆଞ୍ଜିଓପ୍ଲାଷ୍ଟି କରିଥିଲେ । ସେ ଏବେ ସୁସ୍ଥ ଅଛନ୍ତି ଓ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି । ଏହି ଫଟୋ ଟି ମେଡିକାଲରୁ ଡିସଚାର୍ଜ ହେବା ସମୟର ବୋଲି ସେ ଲେଖିଛନ୍ତି ।

Leave A Reply

Your email address will not be published.