Latest Odisha News

BREAKING NEWS

୪ ଜଣଙ୍କ ପାଇଁ ବଲିଉଡକୁ ଫେରିଲେ କରନ୍ ଜୋହର !

ମୁମ୍ବାଇ: ନିର୍ଦ୍ଦେଶକ ରାଜ ମେହେତାଙ୍କ ପ୍ରଥମ ନିର୍ଦ୍ଦେଶନାରେ ସୁପରହିଟ୍ ହୋଇଥିଲା କମେଡି ଫିଲ୍ମ ଗୁଡ୍ ନ୍ୟୁଜ୍ । ଫିଲ୍ମରେ ଦେଖିବାକୁ ମିଳିଥିଲା ଅକ୍ଷୟ କୁମାର, କରିନା କାପୁର ଖାନ, ଦିଲଜିତ୍ ଦୋସାଂଜ ଓ କିଆରା ଆଡଭାନୀଙ୍କ ଦମଦାର କମିକ୍ କେମିଷ୍ଟ୍ରୀ । ତେବେ ଆଗାମୀ ଦିନରେ ରାଜ ଆଉ ଏକ ମଲଟି ଷ୍ଟାରର୍ ଫିଲ୍ମ ନେଇ ଦର୍ଶକଙ୍କ ସାମ୍ନାକୁ ଆସୁଛନ୍ତି ।

ଫିଲ୍ମର ଟାଇଟଲ୍ ରହିଛି ଜୁଗ୍ ଜୁଗ୍ ଜିୟୋ । ଏଥିରେ ମୁଖ୍ୟ ଭୂମିକାରେ ବରୁଣ ଧୱନ୍‌, କିଆରା ଆଡଭାନୀ, ଅନୀଲ କାପୁର ଓ ନିତୁ ସିଂ ନଜର ଆସିବେ । ସିଚୁଏସ୍‌ନାଲ୍ କମେଡି ଥିମ୍ ଉପରେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମଟି ଦୁଇଟି ଭିନ୍ନ ଜେନେରେସନର କପଲଙ୍କ ଉପରେ ଆଧାରିତ । ପ୍ରଥମେ ମୁମ୍ବାଇ ଓ ପରେ ଚଣ୍ଡିଗଡରେ ଏହାର ସୁଟିଂ ହେବ । ତେବେ ବରୁଣ ଧୱନ ଜଣେ ଏନଆରଆଇ ଭୂମିକାରେ ଆସୁଥିବାରୁ ଭାରତ ବାହାରେ ବି କିଛିଟା ସିନ୍ ସୁଟ୍ ହେବ ।

ଏହି ପ୍ରୋଜେକ୍ଟରେ ଆଉ ଜଣେ ପପୁଲାର ତଥା ଏ ଗ୍ରେଡ୍ କଳାକାର ଖୁବଶୀଘ୍ର ଏଣ୍ଟ୍ରି କରିବେ । ନଭେମ୍ବର ମାସରେ ଫିଲ୍ମର ସୁଟିଂ ଆରମ୍ଭ ହେବାକୁ ଥିବାବେଳେ ଏହାର ପ୍ରଯୋଜନା ଭାର ସମ୍ଭାଳିବେ କରନ ଜୋହର ।

Leave A Reply

Your email address will not be published.