Latest Odisha News

BREAKING NEWS

ସୁସ୍ଥ ହେଉଛନ୍ତି କପିଲ ଦେବ, ସୋସିଆଲ୍ ମିଡିଆରେ ସେୟାର କଲେ ପୋଷ୍ଟ

ନୂଆଦିଲ୍ଲୀ: ଅସ୍ତ୍ରୋପଚାର ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି କିମ୍ବଦନ୍ତୀ କ୍ରିକେଟର କପିଲ ଦେବ । ଅସ୍ତ୍ରୋପଚାର ସଫଳ ହୋଇଛି । ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏନେଇ ସେ ସୂଚନା ଦେଇଛନ୍ତି । ଦ୍ରୁତ ଆରୋଗ୍ୟ କାମନା କରିଥିବାରୁ ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛନ୍ତି କପିଲ ଦେବ ।

କପିଲ ଦେବ ଲେଖିଛନ୍ତି, ସ୍ୱାସ୍ଥ୍ୟ ଖରାପ ସମୟରେ ସମର୍ଥନ ଦେଇଥିବାରୁ ସମସ୍ତଙ୍କ ପାଖରେ ସେ କୃତଜ୍ଞ । ଏବେ ସେ ସୁସ୍ଥ ଅନୁଭବ କରୁଛନ୍ତି । ସମସ୍ତଙ୍କ ଭଲପାଇବା ଧନ୍ୟବାଦ । ଆରୋଗ୍ୟ କାମନା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଛାତି ଯନ୍ତ୍ରଣା ହେବାରୁ ଗତକାଲି କପିଲ ଦେବଙ୍କୁ ଦିଲ୍ଲୀ ସ୍ଥିତ ଫୋର୍ଟିସ୍ ଏସ୍କର୍ଟସ୍ ହାର୍ଟ ଇନଷ୍ଟିଚ୍ୟୁଟରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ପରେ ବିଳମ୍ବିତ ରାତିରେ କରୋନାରୀ ଆଞ୍ଜିଓପ୍ଲାଷ୍ଟି ସର୍ଜରୀ କରାଯାଇଥିଲା । ଅପରେସନ୍ ସଫଳ ହୋଇଥିବା ବେଳେ ଏବେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଆଗାମୀ କିଛି ଦିନ ଭିତରେ ତାଙ୍କୁ ଡିସଚାର୍ଜ କରାଯିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।

Leave A Reply

Your email address will not be published.