Latest Odisha News

ଭଲ ଖବର: ସ୍ଥଗିତ ରଖିଥିବା କରୋନା ଟିକା ଟ୍ରାଏଲ୍ ଆରମ୍ଭ କରିବ ଜନସନ୍ ଏଣ୍ଡ ଜନସନ୍

ନୂଆଦିଲ୍ଲୀ: ଆମେରିକାରେ ପୁଣି ଥରେ ଜନସନ୍ ଏଣ୍ଡ ଜନସନ୍ ଆରମ୍ଭ କରିବ ସ୍ଥଗିତ ରଖିଥିବା କରୋନା ଟିକାର ପରୀକ୍ଷଣ । ଏନେଇ କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଖୁବଶୀଘ୍ର ଆରମ୍ଭ ହୋଇଛି ତୃତୀୟ ପର୍ୟ୍ୟାୟ କ୍ରିନିକାଲ୍ ଟ୍ରାଏଲ୍ ନେଇ ପ୍ରସ୍ତୁତି । ତେବେ ନିର୍ଦ୍ଦିଷ୍ଟ ଭାବରେ କେବେଠୁ ଆରମ୍ଭ ହେବ ସେନେଇ ସୂଚନା ଦିଆଯାଇ ନାହିଁ ।

ସେପ୍ଟମ୍ବର ମାସ ଶେଷ ଆଡକୁ କରୋନା ଟିକାର ତୃତୀୟ ପର୍ୟ୍ୟାୟ ପରୀକ୍ଷଣ ଆରମ୍ଭ କରିଥିଲା ଜନସନ୍ ଏଣ୍ଡ ଜନସନ୍ । ୬୦ ହଜାର ଅଂଶଗ୍ରହଣକାରୀଙ୍କ ପାଖରେ ଏହାର ଟ୍ରାଏଲ୍ କରିବାର ଥିଲା ।

ହଠାତ୍ ଟିକା ନେଇଥିବା ଜଣେ ଲୋକଙ୍କ ପାଖରେ ଦେଖାଦେଇଥିଲା ଅସୁସ୍ଥତା । ଗତ ସପ୍ତାହରେ କମ୍ପାନୀ କର୍ତ୍ତୃପକ୍ଷ ଏହାର ତୃତୀୟ ପର୍ୟ୍ୟାୟ ପରୀକ୍ଷଣକୁ ସାମୟିକ ସ୍ଥଗିତ ରଖିଥିଲେ । ଏବେ ପୁଣି ଥରେ ଆରମ୍ଭ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

Leave A Reply

Your email address will not be published.