Latest Odisha News

BREAKING NEWS

ପୁତ୍ର ସନ୍ତାନର ବାପା ହେଲେ କମେଡି କିଙ୍ଗ କପିଲ ଶର୍ମା

ମୁମ୍ବାଇ: ପୁଣି ଥରେ ବାପା ହେଲେ କମେଡି କିଙ୍ଗ କପିଲ ଶର୍ମା । ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ପତ୍ନୀ ଗିନ୍ନି ଚତରଥ । ଏନେଇ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି କପିଲ ଶର୍ମା । ଏହାପରେ ଶର୍ମା ଦମ୍ପତିଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି ।

କପିଲ ଟ୍ୱିଟ୍ କରି ଲେଖିଛନ୍ତି, ଆଜି ସକାଳେ ଆମେ ପୁତ୍ର ସନ୍ତାନ ଲାଭ କରିଛି । ଭଗବାନଙ୍କ ଆଶୀର୍ବାଦରୁ ଉଭୟ ଶିଶୁ ଓ ମାଆ ଭଲ ଅଛନ୍ତି । ଭଲ ପାଇବା, ଆଶୀର୍ବାଦ ଓ ପ୍ରାର୍ଥନା ପାଇଁ ପ୍ରଶଂସକ ଓ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଜଣାଇଛନ୍ତି କପିଲ ଶର୍ମା ।

୨୦୧୮ ମସିହା ଡିସେମ୍ୱର ମାସରେ ଗିନ୍ନି ଚତରଥଙ୍କୁ ବିବାହ କରିଥିଲେ କପିଲ ଶର୍ମା । ୨୦୧୯, ଡିସେମ୍ବର ୧୦ରେ ଉଭୟ କନ୍ୟା ସନ୍ତାନର ପିତାମାତା ହୋଇଥିଲେ । ସେମାନଙ୍କର ଝିଅ ହେଉଛନ୍ତି ଅନାୟରା । ଏବେ ପୁତ୍ର ସନ୍ତାନର ବାପା ମାଆ ହୋଇଛନ୍ତି କପିଲ-ଗିନ୍ନି ଚତରଥ ।

Leave A Reply

Your email address will not be published.