Latest Odisha News

BREAKING NEWS

ପିକ୍ ଅପ୍ ଭ୍ୟାନ୍ ଓଲଟି ୯ ମୃତ; ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

କୋରାପୁଟ: କୋରାପୁଟ ମୂର୍ତ୍ତାହାଣ୍ଡି ନିକଟରେ ରବିବାର ଦିନ ଘଟିଥିବା ସଡକ ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

BjdElectrycity

କୋରାପୁଟ କୋଟପାଡ଼ରେ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଦଶାହ କାର‌୍ୟ୍ୟ ସାରି ସିନ୍ଧି ଗାଁରୁ ଫେରିବା ବେଳେ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା ଏହା ପିକ୍ ଅପ୍ ଭ୍ୟାନ୍। ଯେଉଁ ଘଟଣାରେ ୧୨ରୁ ଅଧିକ ବ୍ୟକ୍ତି ଆହତ ହୋଇଥିଲେ। ସମସ୍ତ ମୃତକ ଓ ଆହତ ଛତିଶଗଡ଼ ଜଗଦଲପୁରର ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.