Latest Odisha News

କପିଲଙ୍କ ‘କିସ୍ କିସକୋ ପ୍ୟାର୍ କରୁ ୨’ ଫିଲ୍ମର ସୁଟିଂ ଆରମ୍ଭ

ମୁମ୍ବାଇ: ୨୦୧୫ ମସିହାରେ କମେଡିଆନ କପିଲ ଶର୍ମାଙ୍କ ଫିଲ୍ମ ‘କିସ୍ କିସ୍ କୋ ପ୍ୟାର୍ କରୁଁ’ ମୁକ୍ତିଲାଭ କରିଥିଲା। ଏବେ ଏହି ଫିଲ୍ମର ପାର୍ଟ ୨ ଆସିବାକୁ ଯାଉଛି। ଫିଲ୍ମର ସୁଟିଂ ମଧ୍ଯ ଆରମ୍ଭ ହୋଇଯାଇଛି।

କପିଲ ଶର୍ମା ‘କିସ୍ କିସ୍ କୋ ପ୍ୟାର୍ କରୁଁ’ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ପାର୍ଟ ୨ରେ ମଧ୍ୟ ଦର୍ଶକମାନେ କମେଡିର ଡୋଜ୍ ପାଇବେ। ଏହି ଫିଲ୍ମରେ ମନଜୋତ ସିଂହ ମଧ୍ୟ ନଜର ଆସିବେ।

ଏହି ଫିଲ୍ମରେ ଅନୁକଲ୍ପ ଗୋସ୍ୱାମୀ ନିର୍ଦ୍ଦେଶନା ଭାର ସମ୍ଭାଳିବାକୁ ଥିବା ବେଳେ ରତନ ଜୈନ ଏବଂ ଗଣେଶ ଜୈନ ପ୍ରଯୋଜନା କରିବେ। ତେବେ ଫିଲ୍ମର ପ୍ରଥମ ଭାଗର ନିର୍ଦ୍ଦେଶନା ଦେଇଥିଲେ ଆବାସ-ମସ୍ତାନ।

କପିଲ ଶର୍ମାଙ୍କ ସିନେମା “କିସ୍ କିସ୍ କୋ ପ୍ୟାର୍ କରୁଁ” ୨୦୧୫ ମସିହାରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମରେ ଏଲି ଅବରାମ, ସିମରନ କୌର, ବରୁଣ ଶର୍ମା, ସାଇ ଲୋକୁର, ସୁପ୍ରିୟା ପାଠକ ଏବଂ ଅରବାଜ ଖାନଙ୍କୁ ଦେଖିବାକୁ ମିଳିଥିଲା। ସେହିପରି ଫିଲ୍ମର ବଜେଟ୍ ଥିଲା ୧୬ କୋଟି ଟଙ୍କା।

Comments are closed.