ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ନିଜର ବଜେଟ୍ ଫୋନ୍ ଜିଓ ଭାରତରେ ଏକ ନୂତନ ମାଗଣା ସେବା ଆରମ୍ଭ କରିଛି। ଜିଓସାଉଣ୍ଡପେ (JioSoundPay) ଗଣତନ୍ତ୍ର ଦିବସରେ ସେବା ଆରମ୍ଭ କରିବ । ଏହି ସୁବିଧା ଜିଓ ଭାରତ ଫୋନରେ ଫ୍ରିରେ ଆଜୀବନ ଉପଲବ୍ଧ ହେବ । ଜିଓସାଉଣ୍ଡପେ ଦ୍ବାରା କୌଣସି ସାଉଣ୍ଡ ବକ୍ସ ବିନା ୟୁପିଆଇ ପେମେଣ୍ଟ ଆଲର୍ଟ ପାଇପାରିବେ । ଏହି ଫିଚର ଦ୍ବାରା ପାଞ୍ଚ କୋଟିରୁ ଅଧିକ କ୍ଷୁଦ୍ର ଉଦ୍ୟୋଗୀ ଏବଂ କ୍ଷୁଦ୍ର ବ୍ୟବସାୟୀମାନେ ଏଥିରୁ ସିଧା ଲାଭ ପାଇବେ।
ବିଦ୍ୟମାନ ଛୋଟ ଏବଂ କ୍ଷୁଦ୍ର ବ୍ୟବସାୟୀମାନେ ସାଉଣ୍ଡ ବକ୍ସ ପାଇଁ ମାସକୁ ପ୍ରାୟ ୧୨୫ ଟଙ୍କା ଦିଅନ୍ତି । ବର୍ତ୍ତମାନ, ଏହି ସେବା ଜିଓସାଉଣ୍ଡପେରେ ମାଗଣାରେ ଉପଲବ୍ଧ ହେବ, ଫଳରେ ଜିଓ ଭାରତ ଫୋନ ବ୍ୟବହାରକାରୀମାନେ ବାର୍ଷିକ ୧,୫୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ ।
କମ୍ପାନୀର କହିବାନୁସାରେ, ଜିଓସାଉଣ୍ଡପେ ଏକ ଲାଭଦାୟକ ଇନୋଭେସନ୍ । ଯାହା ପ୍ରତ୍ୟେକ ୟୁପିଆଇ ଦେୟର ତତକ୍ଷଣାତ୍ ବହୁଭାଷୀ ଅଡିଓ ଆଲର୍ଟ ବାର୍ତ୍ତା ଦେବ । ଏହାଦ୍ବାରା ଦୋକାନୀ, ପନିପରିବା ବିକ୍ରେତା ଏବଂ ରାସ୍ତା କଡ଼ରେ ଥିବା ଖାଦ୍ୟ ବିକ୍ରେତାମାନଙ୍କୁ ବ୍ୟବସାୟ କରିବା ସହଜ ହେବ ।
ଭାରତର ଗଣତନ୍ତ୍ର ଦିବସର ୭୫ ବର୍ଷ ସମ୍ପୂର୍ଣ୍ଣ ହେବା ଉପଲକ୍ଷେ, ଜିଓ ପକ୍ଷରୁ ଜିଓସାଉଣ୍ଡପେରେ ଆଧୁନିକ ସଙ୍ଗୀତରେ ବନ୍ଦେ ମାତରମ ସଙ୍ଗୀତର ଧୁନ ପ୍ରସ୍ତୁତ କରାଯାଇଛି।
ଜିଓ ପକ୍ଷରୁ କୁହାଯାଇଛି ଯେ, ଜିଓ ପ୍ରତ୍ୟେକ ଭାରତୀୟଙ୍କୁ ସଶକ୍ତ କରିବା ପାଇଁ ଟେକ୍ନୋଲୋଜି ବ୍ୟବହାର କରିବାରେ ବିଶ୍ୱାସ କରେ । ଜିଓ ଭାରତରେ ମାଗଣା ଜିଓ ସାଉଣ୍ଡପେ ସୁବିଧା ଏବଂ ବନ୍ଦେ ମାତରମର ଉପସ୍ଥାପନା ସହିତ ଆମେ ଭାରତର ଭାବନାର ଉତ୍ସବ ପାଳନ କରୁଛୁ । ଏକ ପ୍ରକୃତ ଡିଜିଟାଲ୍ ଇଣ୍ଡିଆ ଗଠନ ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛୁ ।
Comments are closed.