ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମାଙ୍କ ସମେତ ୪ ବଲିଉଡ୍ ଷ୍ଟାରଙ୍କୁ ହତ୍ୟା ଧମକ । ପାକିସ୍ତାନରୁ ଇ-ମେଲ ମାଧ୍ୟମରେ ଆସିଲା ହତ୍ୟା ଧମକ । କମେଡି କିଙ୍ଗ୍ କପିଲ୍ ଶର୍ମା, କମେଡିଆନ ରାଜପାଲ ଯାଦବ, ରେମୋ ଡିସୁଜା, କମେଡିଆନ ସୁଗନ୍ଧା ମିଶ୍ରଙ୍କୁ ମିଳିଛି ହତ୍ୟା ଧମକ । ଏନେଇ ଥାନାରେ ଏତଲା ଦେଇଛନ୍ତି ଏହି ୪ ଅଭିନେତା ଓ ଅଭିନେତ୍ରୀ ।
ପ୍ରାଥମିକ ସୂଚନା ଅନୁସାରେ, ମେଲ ପଠାଇଥିବା ବ୍ୟକ୍ତି ମେଲ ଶେଷରେ ନିଜର ନାମ ବିଷ୍ଣୁ ବୋଲି ଲେଖିଛି । ଏବଂ ମେଲଟି ପାକିସ୍ତାନରୁ don99284@gmail.com ଆଇଡିରୁ ଆସିଛି । କେବଳ ଏହି ଅଭିନେତା ଏବଂ ଅଭିନେତ୍ରୀଙ୍କୁ ନୁହେଁ ଏହି ଧମକପୂର୍ଣ୍ଣ ମେସେଜଗୁଡ଼ିକରେ ତାଙ୍କ ପରିବାର ଏବଂ ନିକଟ ସହଯୋଗୀମାନଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି । ମେଲରେ ଲେଖାଯାଇଛି ଯେ, ‘ଆମେ ତୁମର ସମସ୍ତ କାର୍ଯ୍ୟକଳାପ ଉପରେ ନଜର ରଖୁଛୁ। ଏକ ସମ୍ବେଦନଶୀଳ ବିଷୟକୁ ଆପଣଙ୍କ ଦୃଷ୍ଟିକୁ ଆଣିବା ଗୁରୁତ୍ୱପୂର୍ଣ୍ଣ। ଆମେ ଆପଣଙ୍କୁ ହଇରାଣ କରିବାକୁ ଚାହୁଁନାହୁଁ । ଆପଣଙ୍କୁ ଆମର ଅନୁରୋଧ ଯେ, ଆପଣ ଏହି ବାର୍ତ୍ତାକୁ ବହୁତ ଗମ୍ଭୀରତାର ସହ ନିଅନ୍ତୁ ଏବଂ ଗୋପନୀୟତା ବଜାୟ ରଖନ୍ତୁ।
ମେଲରେ ଆହୁରି ଲେଖାଯାଇଛି ଯେ, ଯଦି ଆମର ଦାବି ଗ୍ରହଣ କରାନଯାଏ, ତେବେ ରାଜପାଲ ଯାଦବ, ସୁଗନ୍ଧା ମିଶ୍ର ଏବଂ ରେମୋ ଡିସୁଜାଙ୍କୁ ଭୟାଭୟ ପରିଣାମ ଭୋଗିବାକୁ ପଡିବ। ଆଠ ଘଣ୍ଟା ମଧ୍ୟରେ ମେଲ୍ ର ଜବାବ ଦେବାକୁ ଦାବି କରିଛି ମେଲ୍ କରିଥିବା ବ୍ୟକ୍ତି । ମେଲରେ ଏହା ମଧ୍ୟ ଲେଖିଛି ଯେ, ଯଦି ଆମକୁ କୌଣସି ଉତ୍ତର ନ ମିଳେ, ତେବେ ଆମେ ଧରିନେବୁ ଯେ ଆପଣ ଏହି ବିଷୟକୁ ଗମ୍ଭୀରତାର ସହ ନେଉନାହାଁନ୍ତି ଏବଂ ଆମେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ତେବେ ଏନେଇ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
Comments are closed.