Latest Odisha News

BREAKING NEWS

କପିଲ ଶର୍ମାଙ୍କ କାଫେରେ ୩ୟ ଥର ପାଇଁ ଗୁଳିଚାଳନା

ଓଟାଓ୍ବା: ପୁଣି ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କାଫେ ଉପରକୁ ଗୁଳି ମାଡ ହୋଇଛି । କାନାଡାର ସରେରେ ଥିବା କାପ୍ସ କାଫେ ଉପରକୁ ୩ୟ ଥର ପାଇଁ ଏହି ଗୁଳିମାଡ ହୋଇଛି । ତିନି ରାଉଣ୍ଡ ଗୁଳି ଚାଳନା କରାଯାଇଥିବା ଜଣା ପଡିଛି । ଏହାର ଏକ ମଧ୍ୟ ସାମ୍ନାକୁ ଆସିଛି ।

ତେବେ ଏହି ଗୁଳିକାଣ୍ଡ ପାଇଁ ନିଜକୁ ଦାୟୀ କରିଛି ଗୋଲ୍ଡି ଢିଲୋନ୍ ଏବଂ କୁଲଦୀପ ସିଦ୍ଧୁ । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ ଲେଖିଛନ୍ତି ଯେ, “ୱାହେଗୁରୁ ଜୀ କା ଖାଲସା, ୱାହେଗୁରୁ ଜୀ କି ଫତେହ… ମୁଁ, କୁଲବୀର ସିଦ୍ଧୁ ଏବଂ ଗୋଲ୍ଡି ଢିଲୋନ୍ ଆଜି ସରେର କପ୍ସ କାଫେରେ ହୋଇଥିବା ତିନୋଟି ଗୁଳି ପାଇଁ ଦାୟୀ ।”

ସୂଚନାଯୋଗ୍ୟ ଯେ, ପ୍ରଥମ ଗୁଳିକାଣ୍ଡ ଜୁଲାଇ ମାସରେ ଘଟିଥିଲା । ଏହି ଘଟଣା କାଫେ ଖୋଲିବାର ମାତ୍ର ଗୋଟିଏ ସପ୍ତାହ ପରେ ଘଟିଥିଲା । ଗୋଟିଏ ମାସ ମଧ୍ୟରେ, କପିଲ ଶର୍ମାଙ୍କ କାଫେ ଦ୍ୱିତୀୟ ଥର ପାଇଁ ଗୁଳିଚାଳନା ହୋଇଥିଲା । ଏବେ, ଏହା ତୃତୀୟ ଥର ପାଇଁ ଘଟିଛି । ଗୁଳିକାଣ୍ଡ ପରେ, କପିଲ ଶର୍ମା ତାଙ୍କର ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ ଯେ ଏହା କଷ୍ଟକର ସମୟ, କିନ୍ତୁ ସେ ସାହସର ସହିତ ସେମାନଙ୍କ ସହିତ ଲଢ଼ିବେ । କାନାଡିଆନ ପୋଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନର ଆଶ୍ୱାସନା ଦେବା ସହ ଘଟଣାସ୍ଥଳରେ ଉପସ୍ଥିତ ଥିଲା ।

Comments are closed.