Latest Odisha News

ଅଗଷ୍ଟ ପ୍ରଥମ ସପ୍ତାହରେ ଆରମ୍ଭ ହୋଇପାରେ ରାମ ମନ୍ଦିର ନିର୍ମାଣ କାମ

ଅଯୋଧ୍ୟା: ଅଗଷ୍ଟ ମାସରେ ରାମ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇପାରେ । ଆସନ୍ତା ଅଗଷ୍ଟ ୩ କିମ୍ବା ୫ ତାରିଖରେ ହୋଇପାରେ ଭୂମି ପୂଜନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ କରିବା କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ତାଙ୍କୁ ଦୁଇଟି ତାରିଖ ପ୍ରସ୍ତାବ ଦିଆଯାଇଛି ।

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଆଜି ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ବିଚାରବିମର୍ଶ ହୋଇଥିଲା । ଅଗଷ୍ଟ ୩ ଓ ୫ ତାରିଖ ଦୁଇ ଦିନରୁ ଯେଉଁ ଦିନ ପ୍ରଧାନମନ୍ତ୍ରୀ ସହମତି ଜଣାଇବେ ସେଦିନ ଭୂମି ପୂଜନ ସହ ଆରମ୍ଭ ହେବ ମନ୍ଦିର ନିର୍ମାଣ କାମ ।

ରାମ ମନ୍ଦିର ମଡେଲ୍

କୁହାଯାଉଛି ଅଗଷ୍ଟ ୫ ତାରିଖ ପୂର୍ଣ୍ଣିମା ଦିନ ପ୍ରଧାନମନ୍ତ୍ରୀ ଅଯୋଧ୍ୟା ଆସି ଭୂମି ପୂଜନ କରିବେ । ସବୁ କିଛି ନିର୍ଦ୍ଧାରିତ ବ୍ୟବସ୍ଥା ଅନୁସାରେ ଚାଲିଲେ ୩୦ରୁ ୩୫ ମାସ ଭିତରେ ରାମ ମନ୍ଦିର ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇଯିବ ବୋଲି ଆଶା କରାଯାଉଛି ।

ଗତବର୍ଷ ନଭେମ୍ୱର ମାସରେ ଅଯୋଧ୍ୟା ମାମଲାର ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ । ଏହାପରେ ସଂସଦରେ ପ୍ରଧାନମନ୍ତ୍ରୀ ଟ୍ରଷ୍ଟ ଗଠନ ନେଇ ସୂଚନା ଦେଇଥିଲେ । ତାପରେ ରାମ ଜନ୍ମଭୂମି ପରିସରରେ ଆରମ୍ଭ ହୋଇଥିଲା ଜମି ସମତଳ କରିବା କାମ ।

Leave A Reply

Your email address will not be published.