Latest Odisha News

BREAKING NEWS

କରାଚୀ ଆକାଶମାର୍ଗକୁ ବନ୍ଦ କଲା ପାକିସ୍ତାନ

କରାଚୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏକପ୍ରକାର ବିଳିବିଳେଇ ଉଠିଥିବା ପାକିସ୍ତାନ ସରକାର ଆଗାମୀ ୩ ଦିନ ଯାଏଁ କରାଚୀ ଆକାଶମାର୍ଗକୁ ସାମୟିକ ଭାବେ ବନ୍ଦ କରିଦେଇଛନ୍ତି । ଏହି ଅବଧି ମଧ୍ୟରେ କୌଣସି ବି ଦେଶର ବିମାନ ଆକାଶପଥରେ ଉଡିପାରିବ ନାହିଁ ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

କରାଚୀ ଆକାଶ ପଥରେ ଆସନ୍ତା ୩୧ ଯାଏଁ କୌଣସି ଦେଶର ବିମାନକୁ ଉଡିବାକୁ ଅନୁମତି ମିଳିବ ନାହିଁ ବୋଲି ପାକିସ୍ତାନ ସିଭିଲ୍ ଆଭିଏସନ୍ କର୍ତ୍ତୃପକ୍ଷ ଏନେଇ ନୋଟିସ୍ ଜାରି କରିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ସିଭିଲ୍ ଆଭିଏସନ୍ ପକ୍ଷରୁ କୌଣସି ସ୍ପଷ୍ଟ କାରଣ ଦିଆଯାଇନଥିବା ବେଳେ ପୂର୍ବରୁ ପାକ୍ ମନ୍ତ୍ରୀ ଫବାଦ ହୁସୈନ୍ ଚୌଧୁରୀ ଟ୍ୱିଟ୍ କରି କହିଥିଲେ ଯେ, ପାକିସ୍ତାନ ସରକାର ଭାରତ ପାଇଁ ସମସ୍ତ ଆକାଶ ମାର୍ଗ ବନ୍ଦ କରିବାକୁ ଯୋଜନା କରୁଛନ୍ତି ।

ତେବେ ଫବାଦଙ୍କ ମନ୍ତବ୍ୟ ପରେ ପାକିସ୍ତାନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍ ବୈଠକରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଥିବା ବାଣିଜ୍ୟ ପଥକୁ ବନ୍ଦ ଲାଗି ଯୋଜନା କରାଯାଉଥିବା ନେଇ ହୁସେନ୍ ପ୍ରକାଶ କରିଛନ୍ତି । ଏପରି ହେଲେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ବାଣିଜ୍ୟିକ ସମ୍ପର୍କରେ ମଧ୍ୟ ବାଧା ସୃଷ୍ଟି ହେବ ।

Leave A Reply

Your email address will not be published.