ଇସ୍ଲାମାବାଦ: ଦ୍ରୁତ ଗତିରେ ଯାଉଥିବା ବସ୍ ଖାଲ ଭିତରକୁ ଖସିପଡିବାରୁ ୩୯ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ରବିବାର ସକାଳେ ପାକିସ୍ତାନ ବଲୋଚିସ୍ତାନର ଲାସ୍ବେଲା ଠାରେ ଏହି ଦୁର୍ଘଟଣା ଘଟିଛି। ପାକିସ୍ତାନ ଗଣମାଧ୍ୟମ ଦି ଡନ୍ର ରିପୋର୍ଟ ଅନୁସାରେ, ୪୮ ଯାତ୍ରୀଙ୍କୁ ଧରି ବସ୍ଟି କ୍ୱେଟ୍ଟାରୁ କରାଚୀ ଅଭିମୁଖେ ଯାଉଥିଲା। ଦ୍ରୁତ ଗତିରେ ଯାଉଥିବାରୁ ନିୟନ୍ତ୍ରଣ ହରାଇ ବସ୍ଟି ଏକ ପୋଲ ବାଡ଼ାରେ ପିଟି ହୋଇଯିବାରୁ ଏଭଳି ଦୁର୍ଘଟଣା ଘଟିଛି।
ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ଲାସ୍ବେଲା ଆସିଷ୍ଟାଣ୍ଟ କମିଶନର ହମ୍ଜା ଅଞ୍ଜୁମ କହିଛନ୍ତି ଯେ ଦ୍ରୁତ ଗତିରେ ଗାଡ଼ିଟି ଯାଉଥିବା ବେଳେ ଲାସବେଲା ପାଖରେ ବୁଲାଣିରେ ବୁଲୁଥିବା ବେଳେ ବସ୍ଟି ଏକ ବ୍ରିଜ୍ର ଖୁଣ୍ଟରେ ପିଟି ହୋଇଯାଇଥିଲା। ଏହାପରେ ହଠାତ୍ ବସ୍ଟି ଖାଲକୁ ଖସିପଡ଼ିବା ସହ ଏଥିରେ ନିଆଁ ଲାଗିଯାଇଥିଲା। ଏଥିରେ ୩୯ ଯାତ୍ରୀଙ୍କର ଜୀବନ ଚାଲିଯାଇଛି ବୋଲି ହମ୍ଜା ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଏହି ଦୁର୍ଘଟଣାରୁ ଜଣେ ମହିଳାଙ୍କ ସହ ୩ ଜଣଙ୍କୁ ଉଦ୍ଧାର କରାଯାଇଛି। ତେବେ ଏପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇ ନାହିଁ। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ହମ୍ଜା କହିଛନ୍ତି। ତେବେ ଇଧି ପାଉଣ୍ଡେସନର ସାଧ ଇଧି କହିଛନ୍ତି ବର୍ତ୍ତମାନ ସୁଧା ଘଟଣା ସ୍ଥଳରୁ ୧୭ ମୃତଦେହ ଜବତ କରାଯାଇଛି। ଏବଂ କିଛିଙ୍କୁ ହସ୍ପିଟାଲ୍ ସ୍ଥାନାନ୍ତର କରାଯାଇଛି।
Comments are closed.