Latest Odisha News

BREAKING NEWS

ରିଲିଜ୍ ହେଲା ଫିଲ୍ମ ‘କରାଚି ଟୁ ନୋଏଡ଼ା’ର ପୋଷ୍ଟର

ମୁମ୍ବାଇ: ରିଲିଜ୍ ହେଲା ଫିଲ୍ମ ‘କରାଚି ଟୁ ନୋଏଡ଼ା’ର ପ୍ରଥମ ପୋଷ୍ଟର । ସୀମା ହାଇଦର ଏବଂ ସଚିନ ମୀନାଙ୍କ ପ୍ରେମ କାହାଣୀକୁ ନେଇ ଏହି ଫିଲ୍ମ ନିର୍ମାଣ କରାଯାଇଛି । ସୀମାଙ୍କ ଚରିତ୍ରରେ ଅଭିନେତ୍ରୀ ଫରହିନ୍ ଫାଲକ ନଜର ଆସିବେ । ପ୍ରଯୋଜକ ଅମିତ ଜାନି ଏହାର ପ୍ରଯୋଜନା କରିଥିବା ବେଳେ ଫିଲ୍ମର ଗୀତଗୁଡ଼ିକ ମଧ୍ୟ ଲେଖିଛନ୍ତି । ଏଥିରେ କଣ୍ଠଦାନ କରିଛନ୍ତି ପ୍ରୀତି ସରୋଜ । ଆସନ୍ତା ୨୦ ତାରିଖରେ ଫିଲ୍ମର ଗୀତ ମଧ୍ୟ ରିଲିଜ୍ ହେବ ।

ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି । ତାଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି । ସେ ଅନଲାଇନ୍ ଗେମ୍ ପବ୍‌ଜୀ ଖେଳିବା ବେଳେ ଭାରତର ସଚିନ୍ ମୀନାଙ୍କ ସହ ପରିଚିତ ହୋଇଥିଲେ । ପରେ ତାଙ୍କୁ ଭଲ ପାଇ ବସିଥିଲେ । ସୀମା ତାଙ୍କ ପ୍ରେମ ପାଇଁ ନିଜ ସ୍ୱାମୀଙ୍କୁ ଛାଡ଼ି ନେପାଳ ଦେଇ ଗ୍ରେଟର ନୋଏଡାକୁ ଚାଲି ଆସିଥିଲେ । ତାଙ୍କର ଚାରି ପିଲା ମଧ୍ୟ ସେମାନଙ୍କ ସହିତ ଆସିଥିଲେ । ସମସ୍ତେ ସୀମାଙ୍କର ପ୍ରେମ କାହାଣୀ ବିଷୟରେ ଜାଣିବା ମାତ୍ରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା । ପରେ ସୀମା ଏବଂ ସଚିନ୍ ଚର୍ଚ୍ଚାକୁ ଆସିଥିଲେ । ଏବେ ତାଙ୍କ ପ୍ରେମ କାହାଣୀକୁ ନେଇ ଏହି ଫିଲ୍ମ ନିର୍ମାଣ ହେବାକୁ କରାଯାଇଛି, ଯାହାର ନାଁ ରହିଛି ‘କରାଚିଟୁ ନୋଏଡା’ ।

 

Comments are closed.