Latest Odisha News

ବିବାହ ବନ୍ଧନରେ ବାନ୍ଧି ହେଲେ କରନ ଦେଓଲ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ ସୁପରଷ୍ଟାର ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ । ସେ ତାଙ୍କ ପ୍ରେମିକା ଦ୍ରିଶା ଆଚାର୍ଯ୍ୟଙ୍କୁ ବିବାହ କରିଛନ୍ତି । ରବିବାର ମୁମ୍ବାଇର ତାଜ ଲ୍ୟାଣ୍ଡସ ଆଣ୍ଡ ହୋଟେଲରେ ଧୁମ୍‌ଧାମ୍‌ରେ ଏହି ବିବାହ ଆୟୋଜିତ ହୋଇଛି । ଏହି ବିବାହ ଆର୍ଯ୍ୟ ସମାଜର ରିତିନୀତି ଅନୁଯାୟୀ ହୋଇଛି । ଏହି ହୋଟେଲରେ ହିଁ ଆଜି ରାତିରେ ରିସେପଶନ ପାର୍ଟିର ଆୟୋଜନ କରାଯାଇଛି । ବିବାହ ସମୟର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ବିବାହ ସମୟରେ ଦ୍ରିଶା ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ କରଣ କ୍ରୀମ ରଙ୍ଗର ପୋଷାକ ପିନ୍ଧିଛନ୍ତିି, ଯେଉଁଥିରେ ଦୁହେଁ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି ।

୨୦୧୯ରେ କରନ ‘ପଲ ପଲ ଦିଲ କେ ପାସ’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ । ଏହାପରେ ୨୦୨୧ରେ ମୁଭି ଭିଲ୍ଲେରେ ବି ସେ କାମ କରିଥିଲେ । ଦ୍ରିଶା ତାଙ୍କ ମାଆଙ୍କର ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀରେ ନ୍ୟାସନାଲ ପ୍ରୋଗ୍ରାମ ମ୍ୟାନେଜର ଭାବେ କାମ କରନ୍ତି । କରଣ ଓ ଦ୍ରିଶା ୬ବର୍ଷ ହେଲାଣି ପ୍ରେମ ସମ୍ପର୍କରେ ଥିବା ବେଳେ ଏବେ ଦୁହେଁ ବିବାହ କରିଛନ୍ତି ।

Comments are closed.