Latest Odisha News

BREAKING NEWS

କରଣଙ୍କ ସଙ୍ଗୀତ ସେରିମନିରେ ଧୁମ୍ ନାଚିଲେ ଧର୍ମେନ୍ଦ୍ର, ସନ୍ନି ଦେଓଲ

ମୁମ୍ବାଇ: ବଲିଉଡର ଭେଟରାନ ଅଭିନେତା ଧର୍ମେନ୍ଦ୍ରଙ୍କ ନାତି ତଥା ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲଙ୍କ ବିବାହ ୧୮ ତାରିଖରେ ଅନୁଷ୍ଠିତ ହେବ । ଏନେଇ ଧର୍ମେନ୍ଦ୍ରଙ୍କ ଜୁହୁସ୍ଥିତ ଘରକୁ ସୁନ୍ଦର ଭାବେ ସଜ୍ଜାଯାଉଛି । ଏବେ ତାଙ୍କର ପ୍ରି ୱେଡିଂ କାର୍ଯ୍ୟକ୍ରମ ଯୋରସୋରରେ ଚାଲିଛି । ସଙ୍ଗୀତ ସେରିମନିରେ ଧର୍ମେନ୍ଦ୍ର ଓ ସନ୍ନି ଦେଓଲ ଖୁବ୍ ନାଚୁଥିବାର ନଜର ଆସିଛନ୍ତି । ଅନେକ ଭିଡ଼ିଓ ଓ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

ଏହି କାର୍ଯ୍ୟକ୍ରମରେ ଫିଲ୍ମ ଗଦ୍ଦର ୱାଲ ଲୁକ୍‌ରେ ନଜର ଆସିଥିଲେ ସନ୍ନି । ଏଥିସହ ଫିଲ୍ମ ଗଦ୍ଦରର ମେଁ ନିକ୍‌ଲା ଗୀତରେ ଧୁମ୍ ନାଚିଥିଲେ । ସଙ୍ଗୀତ ସେରିମନିରେ ଅଭିନେତା ରଣବୀର ସିଂହ ସାମିଲ ହୋଇଥିଲେ । ରଣବୀର, ଦ୍ରିଶା ଓ କରଣ ନାଚୁଥିବାର ଦେଖିବାକୁ ମିଳିଛି । ନାତିଙ୍କ ବିବାହକୁ ନେଇ ଧର୍ମେନ୍ଦ୍ର ବହୁତ ଖୁସି ଅଛନ୍ତିି । ବହୁ ଦିନ ପରେ ଘରେ ବିବାହ ଭଳି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବାରୁ ସମସ୍ତେ ବେଶ୍ ଉତ୍ସାହିତ ଅଛନ୍ତି । କରଣ ତାଙ୍କ ପ୍ରେମିକା ଦ୍ରିଶାଙ୍କୁ ବିବାହ କରିବେ । ଦ୍ରିଶା ହେଉଛନ୍ତି ସିନେମା ନିର୍ମାତା ବିମଳ ରାଏଙ୍କ ଅଣନାତୁଣୀ ।

Comments are closed.