Latest Odisha News

BREAKING NEWS

ଗୋଲାକାର ଅଣ୍ଡା : ମୂଲ୍ୟ ଏତେ ଅଧିକ ଯେ ବିଶ୍ୱାସ କରିହେବ ନାହିଁ

ଅଷ୍ଟ୍ରେଲିଆ: ଅଣ୍ଡା ଆମ ସ୍ୱାସ୍ଥ୍ୟ ପାଇଁ ହିତକର । ସେଥିଲାଗି କୁହାଯାଏ ‘ସଣ୍ଡେ ଅର ମଣ୍ଡେ , ରୋଜ ଖାଓ ଅଣ୍ଡେ’ । ସାଧାରଣତଃ ଡ଼ାକ୍ତରମାନେ ପ୍ରତିଦିନ ଅଣ୍ଡା ଖାଇବାକୁ ପରାମର୍ଶ ଦେଇଥାନ୍ତି । ଅଣ୍ଡାର ବ୍ୟବହାର ପାଇଁ ଅନେକ ବିଜ୍ଞାପନ ମଧ୍ୟ ପ୍ରସ୍ତୁତ କରାଯାଉଛି । ଲୋକମାନେ ମଧ୍ୟ ଏହାକୁ ବହୁତ ଆଗ୍ରହରେ ଖାଇଥାନ୍ତି । ଆଜିକାଲି ବଜାରରେ ୫-୬ ଟଙ୍କାରେ ଗୋଟେ ଅଣ୍ଡା ମିଳିଯାଉଛି । କିନ୍ତୁ ଭାବନ୍ତୁ ଯଦି ଗୋଟେ ଅଣ୍ଡା ହଜାର ହଜାର ଟଙ୍କା ମୂଲ୍ୟର ହେବ ଲୋକମାନେ ଏହାକୁ ଖାଇବେ ନା କେବଳ ଶୋ’ରୁମରେ ସଜେଇ ରଖିବେ । ଏବେ ଏମିତି ଏକ ଅଣ୍ଡା ବଜାରରେ ଦେଖିବାକୁ ମିଳିଛି, ଯାହା ଦେଖିବାକୁ ସାଧାରଣ ଅଣ୍ଡାଠାରୁ ଭିନ୍ନ । ଏହାର ଆକାର ସମ୍ପୂର୍ଣ୍ଣ ଗୋଲାକାର । ଏହାର ମୂଲ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଅଣ୍ଡା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଏହି ବିରଳ ଅଣ୍ଡା ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଛି । ଏହା ଦେଖିବାକୁ ସମ୍ପୂର୍ଣ୍ଣ ଗୋଲାକାର ଓ ଏହାର ରଙ୍ଗ ମାଟିଆ । ଏଠାକାର ବିଭିନ୍ନ ଦୋକାନରେ ଏହି ଅଣ୍ଡା ବିକ୍ରି ହେଉଛି । ସାଧାରଣତଃ ଅଣ୍ଡାର ଆକୃତି ଓଭାଲ୍ ଆକୃତିର ହୋଇଥାଏ । କିନ୍ତୁ ଏହି ଅଣ୍ଡା ସମ୍ପୂର୍ଣ୍ଣ ଗୋଲାକାର । ଅଷ୍ଟ୍ରେଲିଆ ମେଲବୋର୍ଣ୍ଣର ଏକ ଦୋକାନରେ ଏହି ଅଣ୍ଡା ବିକ୍ରି ହେଉଥିଲା । ଜ୍ୟାକଲିନ ନାମକ ଜଣେ ସାମ୍ବାଦିକ ଏହି ଅଣ୍ଡା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଦୋକାନରେ ଥିବା କାର୍ଟୁନ ଭିତରେ ଗୋଟିଏ ଏହି ଗୋଲାକାର ଅଣ୍ଡା ଦେଖିବାକୁ ମିଳିଥିଲା । ଅନୁଧ୍ୟାନ କରିବା ପରେ ସେ ଜାଣିବାକୁ ପାଇଲେ ଯେ, କୋଟିଏ ଅଣ୍ଡା ଭିତରୁ ଗୋଟିଏ ଗୋଲାକାର ଅଣ୍ଡା କେବଳ ଥରେ ତିଆରି ହୋଇଥାଏ । ଏହି ଗୋଟିଏ ଅଣ୍ଡାକୁ ୭୮,୦୦୦ ଟଙ୍କାରେ ବିକ୍ରି କରାଯାଇଥିଲା ।

ଏହାର ଫଟୋ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଏହା ଚକୋଲେଟରେ ବୁଡ଼ାଯାଇଥିବା ଏକ ବଲ ପରି ଦେଖାଯାଉଛି ବୋଲି କେହି କହିଥିବା ବେଳେ ଆଉ କିଏ ଗୋଟିଏ ଅଣ୍ଡାକୁ କେହି ୭୮ ହଜାର ଟଙ୍କା ଖର୍ଚ୍ଚ କରିବାର ମାନେ କ’ଣ ବୋଲି ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.