Latest Odisha News

BREAKING NEWS

ଭାରତର ଗୌରବମୟ ଗାଥାକୁ ନେଇ ଆସିବ କରଣଙ୍କ ନୂଆ ‘ଏପିକ୍‌ ସିରିଜ୍’‌

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଅଗଷ୍ଟ ୧୫ରେ ଦେଶ ଏହାର ୭୫ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି। ୭୫ ବର୍ଷରେ ପ୍ରବେଶ କରିବ ସ୍ୱାଧୀନ ଭାରତ। ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଏକ ଗର୍ବର ବିଷୟ। ଏଭଳି ପରିସ୍ଥିତିରେ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ଏହି ଉତ୍ସବକୁ ଧୁମ୍‌ଧାମ୍‌ରେ ପାଳନ କରିବାକୁ ଏବଂ ଏହାକୁ ସ୍ମରଣୀୟ କରିବାକୁ ଇଚ୍ଛା ପ୍ରକାଶ କରିଛି। ଫିଲ୍ମ ଇଣ୍ଡଷ୍ଟ୍ରି ଚେଞ୍ଜ ଓ୍ୱିଥ୍ଇନ୍‌‌ ଇନିସିଏଟିଭ୍ ଅଧୀନରେ ଏକ ୱେବ୍‌ ସିରିଜ୍ ଘୋଷଣା କରିଛି, ଯାହା ଭାରତର ଗୌରବମୟ ଗାଥା ପ୍ରଦର୍ଶନ କରିବ।

ଏହା ଘୋଷଣା କରିବାବେଳେ କରଣ ଜୋହର ଟ୍ୱିଟରରେ ଲେଖିଛନ୍ତି – ସ୍ୱାଧୀନତାର ୭୫ ବର୍ଷ ପାଳନ କରିବାକୁ ଚେଞ୍ଜ ଓ୍ୱିଥ୍ଇନ୍‌‌ ଇନିସିଏଟିଭ୍ ଅଧିନରେ ପ୍ରଥମ ଏପିକ୍ ସିରିଜ୍ ଘୋଷଣା କରି ମୁଁ ବହୁତ ଖୁସି। ଏହି ୱେବ୍‌‌ ସିରିଜ୍‌ରେ ସାତୋଟି ଧାରାବାହିକ ଆସିବ। ଏଥିରେ ଦେଶର ଶକ୍ତି, ସଂସ୍କୃତି ଏବଂ ସଭ୍ୟତା ଉପରେ ଅଧିକ ଗୁରୁତ୍ୱ ଦିଆଯିବ।

Comments are closed.