Latest Odisha News

BREAKING NEWS

ବରିଷ୍ଠ କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ଭୁବନେଶ୍ବର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ସ୍ଥିତ ଆର୍ ଆଣ୍ଡ ‌ବି ଡିଭିଜନ୍‌ର ବରିଷ୍ଠ କିରାଣିଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ତାଙ୍କ ନାଁ ଅସିତ କୁମାର ନାୟକ । ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି ରଖିଛନ୍ତି ।

ଭୁବନେଶ୍ୱର ଡୁମଡୁମାରେ ଥିବା ଅସିତଙ୍କର ୩ ମହଲା ବିଶିଷ୍ଟ କୋଠା, ଜଟଣୀରେ ଥିବା ଏକ ଡୁପ୍ଲେକ୍ସ, ଗଞ୍ଜାମ ଜିଲ୍ଲାର ଗୋଳନ୍ଥରାର କଇଥାପାଲିରେ ଥିବା ପୈତୃକ ଘରରେ ରେଡ୍ ହୋଇଛି । ସେହିପରି ବ୍ରହ୍ମପୁରରେ ଥିବା ଏକ ଫ୍ଲାଟ୍‌ ଏବଂ ଆର୍‌ବି ଡିଭିଜନ୍‌ରେ ଥିବା ଅଫିସ୍‌ ରୁମ୍‌ରେ ବି ରେଡ୍ କରିଛି ଭିଜିଲାନ୍ସ ଟିମ୍ ।

ଚଢ଼ାଉ ବେଳେ ଅସିତ ନାୟକଙ୍କ ଘରୁ ବର୍ତ୍ତମାନ ସୁଦ୍ଧା ୧୦ଲକ୍ଷ ୬୨ହଜାର ୬୦୫ ଟଙ୍କା ଜବତ ହୋଇଛି । ଚଢ଼ାଉ ପରେ ସ୍ପଷ୍ଟ ହେବ ତାଙ୍କର କେତେ ସମ୍ପତ୍ତି ରହିଛି । ଆୟଠୁ କେତେ ଅଧିକ ସମ୍ପତ୍ତି ନିଜ ନାଁରେ କରିଛନ୍ତି ଅସିତ ନାୟକ ।

Leave A Reply

Your email address will not be published.