Latest Odisha News

BREAKING NEWS

କରଣଙ୍କ ନୂଆ ଫିଲ୍ମର ନାୟକ ହେବେ ସିଦ୍ଧାର୍ଥ!

ନୂଆଦିଲ୍ଲୀ: ଧର୍ମା ପ୍ରଡକ୍ସନ୍ସ ତଥା କରଣ ଜୋହର ଆଉ ଏକ ନୂତନ ପ୍ରୋଜେକ୍ଟକୁ ନେଇ ଘୋଷଣା କରିଛନ୍ତି। ଏଥର ସେମାନଙ୍କର ପ୍ରଥମ ଆକ୍ସନ୍ ଫ୍ରାଞ୍ଚାଇଜ। ଏଥିରେ ମଧ୍ୟ ସିଦ୍ଧାର୍ଥ ମଲହୋତ୍ରା ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇପାରନ୍ତି। ଫିଲ୍ମର ଶୀର୍ଷକ ଏଯାଏ ଘୋଷଣା କରାଯାଇନାହିଁ।

କରଣ ଜୋହର ଟ୍ୱିଟରରେ ନିଜର ଆଗାମୀ ପ୍ରୋଜେକ୍ଟର ଏକ ଟିଜର ସେୟାର କରିଛନ୍ତି, ଯାହା ଧର୍ମାର ପ୍ରଥମ ଆକ୍ସନ୍ ଫ୍ରାଞ୍ଚାଇଜ୍ ଫିଲ୍ମ ହେବ। କରଣ ଆହୁରି ମଧ୍ୟ କହିଛନ୍ତି ଯେ ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୧୮ ରେ ଏହି ଫିଲ୍ମ ସମ୍ବନ୍ଧରେ ଅଧିକ ବିବରଣୀ ପ୍ରକାଶ ପାଇବ।

କରଣ ଜୋହର ଟୁଇଟ୍ କରି କହିଛନ୍ତି, “ଧର୍ମା ପ୍ରଡକ୍ସନ୍ସ ତାର ପ୍ରଥମ ଆକ୍ସନ୍ ଫ୍ରାଞ୍ଚାଇଜ୍‌ର ଚଳଚ୍ଚିତ୍ର ଘୋଷଣା କରିବାକୁ ପ୍ରସ୍ତୁତ! ସାବଧାନ ରୁହ, ଆସନ୍ତାକାଲି ବଡ ଘୋଷଣା ଆସିବ।”

Leave A Reply

Your email address will not be published.