Latest Odisha News

BREAKING NEWS

ଓକାକ୍ ସିଇଓଙ୍କ ହ୍ୱାଟସ୍ଆପ ହ୍ୟାକ୍ ଘଟଣାରେ ନାଇଜେରିଆ ଲିଙ୍କ୍ , ଜଣେ ଗିରଫ

ଭୁବନେଶ୍ୱର:ଓକାକ୍ ସିଇଓଙ୍କ ହ୍ୱାଟସ୍ଆପ ହ୍ୟାକ୍ କରି ଠକେଇ ମାମଲା । ଏହି ଘଟଣାରେ ନାଇଜେରିଆ ଲିଙ୍କ୍ ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ । ଦିଲ୍ଲୀ ପୋଲିସ ନାଇଜେରିଆର ଜଣେ ଯୁବକଙ୍କୁ ଗିରଫ କରିଛି । ବେଙ୍ଗାଲୁରରେ ରହି ହ୍ୟାକର କରୁଥିଲା ଅପରେଟ ।ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଅଭିଯୁକ୍ତ ଯୁବକ ଚିମେଲିଅନ ଇମାନ ଉଏଲ ଅନୀବେତାଳ ଓରଫ ମରୀସଙ୍କୁ ପୋଲିସ ନଭେମ୍ବର ୧ରେ ଗିରଫ କରିଥିଲା । ମରୀସର ସହଯୋଗୀକୁ ବେଙ୍ଗାଲୁରୁରୁ ଧରିବା ପାଇଁ ଦିଲ୍ଲୀ ପୋଲିସ ସହ କ୍ରାଇମ ବ୍ରାଞ୍ଚ ଯୋଗାଯୋଗରେ ରହିଛି ।

ଦିଲ୍ଲୀର ସାଇବର ୟୁନିଟ ଘଟଣାର ତଦନ୍ତ କରୁଛି ବୋଲି କ୍ରାଇମବ୍ରାଞ୍ଚ ଏଡିଜେ ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।ସୂଚନା ଅନୁସାରେ ଓକାକ ସିଇଓଙ୍କ ହ୍ୱାଟସଆପ୍ ହ୍ୟାକ କରି ୭ ଲକ୍ଷ ଲୁଟିନେଇଥିଲେ ନାଇଜେରିଆନ ଠକ ।ଗୋଟିଏ ପରେ ଗୋଟିଏ ୩ ଟି ଆକାଉଣ୍ଟରୁ ଟଙ୍କା ଯାଇଥିଲା ।ଅନ୍ୟପଟେ ଏହି ଘଟଣାର ଖୋଳତାଡ ପାଇଁ ବେଙ୍ଗାଲୁରୁ ଯିବ କ୍ରାଇମବ୍ରାଞ୍ଚ ।

Leave A Reply

Your email address will not be published.