Latest Odisha News

BREAKING NEWS

ରାସ୍ତାରୁ ପାଇଥିବା ଆଇଫୋନକୁ ମାଲିକଙ୍କୁ ଫେରାଇ ପ୍ରଶଂସା ସାଉଁଟିଲେ ଓଡ଼ିଆ ଯୁବକ

ଭୁବନେଶ୍ୱର: ରାସ୍ତାରୁ ପାଇଥିବା ଆଇଫୋନକୁ ଅସଲି ମାଲିକଙ୍କୁ ଫେରାଇଲେ ଓଡ଼ିଆ ଯୁବକ । ଏହାକୁ ନେଇ ତାଙ୍କୁ ସବୁଠୁ ମିଳିଛି ପ୍ରଶଂସା । ଲୋଭର ବଶବର୍ତ୍ତୀ ନହୋଇ ବହୂ ମୂଲ୍ୟ ଆଇଫୋନକୁ ଫେରାଇଥିଲେ ଯୁବକ । ସୁଦୂର ତାମିଲନାଡ଼ୁରେ ଏକ କମ୍ପାନୀରେ କାର୍ଯ୍ୟ କରୁଛନ୍ତି ଏହି ଓଡ଼ିଆ ଯୁବକ ସୂର୍ଯ୍ୟକାନ୍ତ ବିଶ୍ୱାଳ । ସେ କାମରୁ ଫେରୁଥିବା ସମୟରେ ରାସ୍ତାରେ ଏକ ଆଇଫୋନ୍ ପାଇଥିଲେ । ଯାହାର ମୂଲ୍ୟ ୧ଲକ୍ଷ ଟଙ୍କାରୁ ଅଧିକ ବୋଲି ସେ ଜାଣିପାରିଥିଲେ ।

ଏହାପରେ ସୂର୍ଯ୍ୟକାନ୍ତ ସ୍ଥାନୀୟ ଅଞ୍ଚଳରେ ପଚରାଉଚୁରା ଆରମ୍ଭ କରିଥିଲେ । ହେଲେ ସେ କୌଣସି ସକାରାତ୍ମକ ପ୍ରତିକ୍ରିୟା ପାଇନଥିଲେ । ସେ ନିଜ ସହ ମୋବାଇଲଏ ଫୋନ୍ ରଖିବାକୁ ସ୍ଥିର କଲେ । ମୋବାଇଲ ମାଲିକ ସେହି ନମ୍ବରକୁ ଫୋନ୍ କରି ବିଶ୍ୱାଳଙ୍କୁ ଫୋନ୍ ଫେରାଇବାକୁ ଅନୁରୋଧ କରିଥିଲେ । ଏହାପରେ ଉପଯୁକ୍ତ ପ୍ରମାଣ ନେଇ ସେହି ବ୍ୟକ୍ତିଙ୍କୁ ଆଇଫୋନ୍ ଫେରାଇ ଦେଇଥିଲେ ।

ନିଜର ଫୋନ ପାଇବା ପରେ ଖୁସି ହୋଇ ସେ ଲୋକ ୨ହଜାର ଟଙ୍କା ଦେଇଥିଲେ । କିନ୍ତୁ ଓଡ଼ିଆ ଯୁବକ ପଇସା ନେବାକୁ ମନା କରିଦେଇଥିଲେ । ବିଶ୍ୱାଳ କହିଥିଲେ, ଦେବାର ଆନନ୍ଦ ଗ୍ରହଣ କରିବାର ଆନନ୍ଦଠାରୁ ଢ଼େର୍ ଅଧିକ । ଭଦ୍ରକର ଚାନ୍ଦବାଲି ବ୍ଲକ ମାଧପୁର ପଞ୍ଚାୟତ ମଧୁପୁର ଗାଁର ରାଧାକାନ୍ତ ବିଶ୍ୱାଳଙ୍କ ବଡ଼ ପୁଅ ସୂର୍ଯ୍ୟକାନ୍ତ ବିଶ୍ୱାଳ । ସୁଦୂର ଚେନ୍ନାଇରେ ସେ ଏକ କମ୍ପାନୀରେ କାମ କରନ୍ତି ।

Leave A Reply

Your email address will not be published.