Latest Odisha News

BREAKING NEWS

ରାମ ମନ୍ଦିର ପରିସରରେ କରସେବକଙ୍କ ଶହୀଦ ସ୍ତମ୍ଭ ରହିବ

ଲକ୍ଷ୍ନୌ:ଅଯୋଧ୍ୟାର ୬୭.୭୩ ଏକର ପ୍ରସ୍ତାବିତ ଜମିରେ ଭବ୍ୟ ରାମ ମନ୍ଦିର ନିର୍ମାଣ କରାଯିବ । ଏହା ବ୍ୟତୀତ ରାମ ମନ୍ଦିର ପାଇଁ ଲଢ଼େଇ କରି ଶହୀଦ ହୋଇଥିବା କରସେବକଙ୍କ ପାଇଁ ମଧ୍ୟ ପରିସରରେ ଶହୀଦସ୍ତମ୍ଭ ନିର୍ମାଣ କରାଯିବ ।

ରାମକୁମାର କୋଠାରୀ, ବାସୁଦେବ ଗୁପ୍ତା, ରାଜେନ୍ଦ୍ର ଧରକାର, ରମେଶ ପାଣ୍ଡ୍ୟା ୧୯୮୯ ଓ ୧୯୯୨ ଆନ୍ଦୋଳନରେ ପ୍ରାଣ ହରାଇଥିଲେ । ଏହା ବ୍ୟତୀତ ରାମ ମନ୍ଦିର ନିର୍ମାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଅନ୍ୟ ସମସ୍ତଙ୍କ ସମ୍ପର୍କରେ ମଧ୍ୟ ଏଠାରେ ଉଲ୍ଲେଖ ରହିବ । ରାମମନ୍ଦିର ଆନ୍ଦୋଳନର ସମ୍ପୂର୍ଣ୍ଣ ଇତିହାସ ଶିଳା ଉପରେ ଲିପିବଦ୍ଧ ହେବ ।

Leave A Reply

Your email address will not be published.