Latest Odisha News

BREAKING NEWS

ବ୍ରେନ ଟ୍ୟୁମରରେ ଆକ୍ରାନ୍ତ ସୁରୁଚି ୩୦ ହଜାରରୁ ଅଧିକ ଗଛ ଲଗାଇଲେ

ସୁରଟ: ଗୁଜରାଟ ସୁରଟ ସହରର ସୁରୁଚି ବଡଲିୟା ବ୍ରେନ ଟ୍ୟୁମରର ଅନ୍ତିମ ଷ୍ଟେଜରେ ଥିଲେ ମଧ୍ୟ ଜୀବନ ଯୁଦ୍ଧରେ ହାର ମାନି ନାହାନ୍ତି । ପରବର୍ତୀ ପିଢ଼ୀ ପାଇଁ ସେ ୩୦,୦୦୦ରୁ ଅଧିକ ଗଛ ଲଗାଇ ସାରିଛନ୍ତି । ବାୟୁ ପ୍ରଦୂଷଣ କର୍କଟ ରୋଗର ମୁଖ୍ୟ କାରଣ ଭାବେ ବିବେଚନା କରାଯାଏ । ପ୍ରଦୂଷଣ ବିରୋଧରେ ତାଙ୍କ ଲଢ଼େଇରେ ଅନେକ ଲୋକ ସ୍ୱେଚ୍ଛାକୃତ ଭାବେ ସାହାଯ୍ୟ କରୁଛନ୍ତି ।

ମୁଁ କେତେ ଦିନ ବଂଚିବି ଠିକ୍ ନାହିଁ, ମାତ୍ର ଗଛ ଲଗାଇ ସେମାନଙ୍କ ନିଶ୍ୱାସ ପ୍ରଶ୍ୱାସରେ ରହିପାରିବି ବୋଲି କହିଛନ୍ତି । ୨ ବର୍ଷ ହେବ ସେ ଏହି ମହତ କାର୍ଯ୍ୟରେ ଲିପ୍ତ ଅଛନ୍ତି ।

Leave A Reply

Your email address will not be published.