Latest Odisha News

ନୂଆ ଲୁକ୍‌ରେ ନଜର ଆସିଲେ କରୀନା

ମୁମ୍ବାଇ: ନୂଆ ଲୁକ୍‌ରେ ନଜର ଆସିଲେ ବଲିଉଡ଼ ଅଭିନେତ୍ରୀ କରିନା କପୁର । ସେ ନିର୍ଦ୍ଦେଶକ ରୋହିତ୍ ଶେଟ୍ଟୀଙ୍କ ଆଗାମୀ ଫିଲ୍ମ ‘ସିଙ୍ଘମ୍ ଏଗେନ୍‌’ରେ ଏକ ଭିନ୍ନ ଭୂମିକାରେ ନଜର ଆସିବେ । ଏବେ ନିର୍ମାତା କରିନାଙ୍କ ନୂଆ ଲୁକର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

ବଲିଉଡ଼ ଅଭିନେତା ଅଜୟ ଦେବଗନ, ଅକ୍ଷୟ କୁମାର,ରଣବୀର ସିଂ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ସିଙ୍ଘମ୍ ଏଗେନ୍‌’ ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଆସିଛି । ଗତ ମାସରେ ଏହି ଷ୍ଟାରମାନେ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ସହ ଫିଲ୍ମ ଶୁଟିଂ ଆରମ୍ଭ କରିଥିଲେ । ଯାହାର ଝଲକ ନିର୍ଦ୍ଦେଶକ ନିଜେ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏବେ ଏକ ମାସର ଶୁଟିଂ ପରେ ରୋହିତ ପ୍ରଶଂସକଙ୍କୁ ଚକିତ କରିଦେଇଛନ୍ତି । ‘ସିଙ୍ଘମ୍ ଏଗେନ୍‌’ ସବୁଠୁ ବଡ଼ ମଲ୍ଟି ଷ୍ଟାର ଫିଲ୍ମ ଭାବରେ ପରିଗଣିତ ହେଉଛି । ଫିଲ୍ମର ଷ୍ଟାର କାଷ୍ଟ ଧୀରେ ଧୀରେ ପ୍ରକାଶ ପାଇବାରେ ଲାଗିଛି । ଦୀପିକା ପାଦୁକୋନଙ୍କ ଲେଡି ସିଙ୍ଘମ୍ ଲୁକ୍ ପରେ ଏବେ ନିର୍ମାତା କରୀନାଙ୍କ ଲୁକ୍ ମଧ୍ୟ ରିଲିଜ କରିଛନ୍ତି ।

କରୀନା ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏହି ଲୁକ୍‌ର ଝଲକ ସେୟାର କରିଛନ୍ତି । ଏହି ଅଭିନେତ୍ରୀ ‘ସିଙ୍ଘମ୍ ଏଗେନ୍‌’ର ଏକ ଅଂଶ ପାଲଟିଛନ୍ତି । ଏଥିପାଇଁ ଶୁଟିଂ ଆରମ୍ଭ କରିଛନ୍ତି । ସେୟାର ହୋଇଥିବା ଫଟୋରେ କରୀନାଙ୍କ ମୁହଁରେ ଆଘାତ ଲାଗିଥିବା ଚିହ୍ନ ଏବଂ ହାତରେ ବନ୍ଧୁକ ଥିବା ଦେଖିବାକୁ ମିଳିଛି ।

Comments are closed.