ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରୀନା କାପୁର ଦେବୀ ସୀତାଙ୍କ ଭୂମିକା କରିବା ପାଇଁ ୧୨ କୋଟି ଡିମାଣ୍ଡ କରିଛନ୍ତି । ନିର୍ମାତା ଆଲୌକିକ ଦେଶାଇ ଏହି ଫିଲ୍ମ ପାଇଁ କରୀନାଙ୍କ ପାଖକୁ ଯାଇଥିଲେ । କରୀନାଙ୍କ ଡିମାଣ୍ଡ ଶୁଣି ସେ ଚକିତ ହୋଇଯାଇଥିଲେ । ରିପୋର୍ଟ ମୂତାବକ ନିର୍ମାତା ଏଥିନେଇ ସବୁଜ ସଙ୍କେତ ଦେଇ ସାରିଛନ୍ତି । କରୀନାଙ୍କ ଅନୁସାରେ ଏହା ଏକ ଡ୍ରିମ ପ୍ରୋଜେକ୍ଟ ହୋଇଥିବାରୁ ଏଥିପାଇଁ ବିଶେଷ ସମୟ ଏବଂ ଧ୍ୟାନ ଦେବାକୁ ପଡିବ । ପାଖାପାଖି ୮ରୁ ୧୦ ମାସ ଏ ବାବଦକୁ ଦେବାକୁ ପଡିବ । ସେଥିପାଇଁ ସେ ତାଙ୍କ ପ୍ରାଇସର ଦୁଇ ଗୁଣା ମାଗିଛନ୍ତି ।
ସୂଚନାଯୋଗ୍ୟ, ଅମୀର ଖାଁ ଓ କରୀନା ଅଭିନୀତ ଲାଲ ସିଂ ଚଢ଼ା ଫିଲ୍ମର ରିଲିଜକୁ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । କରୋନା ମହାମାରୀ ଯୋଗୁ ଏହାର ତାରିଖ ଘୁଂଚିବାରେ ଲାଗିଛି । କରୀନା ଏବଂ ଦେଶାଇଙ୍କ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । କରୀନା ଏବେ ବୀର ଦି ୱେଡିଂ ୨ ଓ ହସଲ ମେହେଟ୍ଟାଙ୍କ ଫିଲ୍ମରେ ବ୍ୟସ୍ତ ଅଛନ୍ତି ।
Comments are closed.