Latest Odisha News

BREAKING NEWS

କଂଗ୍ରେସ ଟିକେଟରେ ଭୋପାଳରୁ ଲୋକସଭା ନିର୍ବାଚନ ଲଢିବେ ଅଭିନେତ୍ରୀ କରିନା !

ଭୋପାଳ : ବଲିଉଡ ତାରକାମାନେ ରାଜନୀତିରେ ପାଦଥାପିବା କିଛି ନୂଆ କଥା ନୁହେଁ । ପୂର୍ବରୁ ଅନେକ ଅନେକ ଅଭିନେତା ତଥା ଅଭିନେତ୍ରୀମାନେ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି ।

ଏବେ ସେହି କ୍ରମରେ ବେବୋ ତଥା ବଲିଉଡର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ କରିନା କପୁର ଖାନ ରାଜନୀତିରେ ଓହ୍ଲାଇବା ନେଇ ଚର୍ଚ୍ଚା ଜୋର ଧରିଛି ।

ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସ ପକ୍ଷରୁ କରିନାଙ୍କୁ ପ୍ରାର୍ଥୀ କରିବାକୁ କଂଗ୍ରେସ ନେତାମାନେ ଜୋରସୋରରେ ଲାଗିପଡିଛନ୍ତି । ସେପଟେ ମଧ୍ୟପ୍ରଦେଶର ୨ଜଣ କଂଗ୍ରେସ ନେତା ଗୁଡୁ ଚୌହାନ ଓ ଅନିସ ଖାନ ଦୁହେଁ ଆଗାମୀ ନିର୍ବାଚନୀ ପ୍ରାର୍ଥୀ କରିବା ପାଇଁ କରିନାଙ୍କୁ ନାମକୁ ସୁପାରିଶ କରିଛନ୍ତି ବୋଲି ଶୁଣିବାକୁ ମିଳୁଛି ।

ଏନେଇ କଂଗ୍ରେସ କର୍ମକର୍ତ୍ତା ତଥା ନେତାମାନେ ରାହୁଲ ଗାନ୍ଧୀଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି । ଏବେ ସେହି ଚିଠିର ଏକ ଫଟୋ କପି ସାମନାକୁ ଆସିଛି ।

୧୯୯୧ ମସିହାରେ କଂଗ୍ରେସ ପ୍ରାର୍ଥୀ ଭାବେ କରିନାଙ୍କ ଶ୍ୱଶୁର ତଥା କିମ୍ବଦନ୍ତୀ କ୍ରିକେଟର ମନସୁର ଅଲ୍ଲୀ ଖାନ୍ ପଟୌଦି ଭୋପାଳରୁ ନିର୍ବାଚନ ଲଢିଥିଲେ ମଧ୍ୟ ସେ ଅସଫଳ ହୋଇଥିଲେ । ତେବେ ଭୋପାଳରେ ଅଧିକ ଯୁବା ଭୋଟର୍ ରହିଛନ୍ତି ଓ କରୀନା ସେମାନଙ୍କୁ ପ୍ରଭାବିତ କରି ପାରିବେ । ଭୋପାଳରୁ କଂଗ୍ରେସ ପ୍ରାର୍ଥୀଭାବେ ନିର୍ବାଚନ ଲଢିଲେ ଅଧିକ ସଂଖ୍ୟକ ଲୋକଙ୍କ ସମର୍ଥନ କଂଗ୍ରେସ ସପକ୍ଷରେ ରହିବ ବୋଲି ମଧ୍ୟ କିଛି ନେତା ଆଶବାଦୀ ରହିଥିବା ନେଇ ଜଣାପଡିଛି ।

ଉକ୍ତ ଦୁଇ ନେତାଙ୍କ କହିବାନୁଯାୟୀ ସୈଫ ଅଲୀ ଖାନ୍ଙ୍କୁ ବିବାହ କରିବା ପରେ କରୀନା ହେଉଛନ୍ତି ପଟୌଦି ପରିବାରର ବୋହୂ ଏବଂ ଭୋପାଳ ସହର ସହ ପଟୌଦି ପରିବାରର ପୂର୍ବ ପିଢିର ନିବିଡ ସମ୍ପର୍କ ରହିଛି । ତେଣୁ ଭୋପାଳରୁ କରୀନାଙ୍କୁ ପ୍ରାର୍ଥୀ କରାଗଲେ ସେ ନିଶ୍ଚୟ ଜିତିବେ ।

କରିନାଙ୍କ ରାଜନୀତିରେ ଓହ୍ଲାଇବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏହା କିନ୍ତୁ ତାଙ୍କ ପ୍ରଶଂସକ ମାନଙ୍କୁ  ଖୁବ୍ ଆଶ୍ଚର୍ଯ୍ୟ କରିଛି ।

ଅବଶ୍ୟ ଏ ସମ୍ପର୍କରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ କିମ୍ବା ଅଭିନେତ୍ରୀ କରିନା କପୁର ଖାନ ମଧ୍ୟ ଏଯାବତ୍ ମୁହଁ ଖୋଲିନାହାନ୍ତି ।

Leave A Reply

Your email address will not be published.