Latest Odisha News

BREAKING NEWS

ଆପଣ କରଜରୁ ମୁକ୍ତି ପାଇବାକୁ ଚାହଁଛନ୍ତି କି ତେବେ ଆପଣାନ୍ତୁ ଏହି ୫ଟି ଉପାୟ ….

ନୂଆଦିଲ୍ଲୀ : ଋଣ ବା କରଜ କରିବାକୁ କୌଣସି ବ୍ୟକ୍ତି ପସନ୍ଦ କରନ୍ତି ନାହିଁ । ହେଲେ ଏହି ଋଣ କରିବାକୁ ମଣିଷକୁ ପରିସ୍ଥିତି ବାଧ୍ୟ କରାଇଥାଏ  । ତେବେ ଏହି ପରିସ୍ଥିତିରେ ପଡ଼ି ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଜୀବନ କାଳ ମଧ୍ୟରେ କରଜ କରିଥାନ୍ତି । କିଛି ବ୍ୟକ୍ତି ନିଜ ପରିବାରର ସୁଖ ସୁବିଧା ପାଇଁ କରଜ କରିଥିବା ବେଳେ ଅନ୍ୟ କିଛି ବ୍ୟକ୍ତି ତାଙ୍କ ନିଜର ବ୍ୟକ୍ତିଗତ ସ୍ବାର୍ଥ ପାଇଁ କରଜ କରିଥାଆନ୍ତି । ବହୁତ ଲୋକ ବିବାହ କାର୍ଯ୍ୟ,ପିଲାଙ୍କ ପାଠପଢ଼ାଠୁ ଆରମ୍ଭ କରି କୌଣସି ଜିନିଷ କିଣିବା ପାଇଁ ଲୋକ କରଜ କରିଥାନ୍ତି  ।

ତେବେ ଜ୍ୟୋତିଷ ସୁନିଲ ବର୍ମାଙ୍କ କହିବା ଅନୁଯାୟୀ, ବ୍ୟକ୍ତିର ଜାତକରେ ଗ୍ରହ ବଦଳିବା କାରଣରୁ ବ୍ୟକ୍ତିଟି ଆର୍ଥିକ ସ୍ଥିତି ଦେଇ ଗତି କରିଥାଏ ଫଳରେ କରଜ କରିଥାଏ ପରେ ବ୍ୟକ୍ତିଟି ଚିନ୍ତାଗ୍ରସ୍ତ ହୋଇଯାଏ  । ତେବେ ଏହି କରଜରୁ ମୁକ୍ତି ପାଇବା ପାଇଁ କିଛି ଉପାୟ ରହିଛି ଯେଉଁ ଉପାୟ ଆପଣେଇଲେ ଆପଣ ନିଶ୍ଚୟ କରଜରୁ ମୁକ୍ତି ପାଇପାରିବେ  । ତେବେ ଆସନ୍ତୁ ଜାଣିବା ଏହି ଉପାୟ ଗୁଡ଼ିକ କଣ ରହିଛି ?

କରଜରୁ ମୁକ୍ତି ପାଇବାର ଉପାୟ ଗୁଡ଼ିକ ହେଉଛି…

୧. ମା’ ଲକ୍ଷ୍ମୀଙ୍କୁ କରନ୍ତୁ ପୂଜା – ଯଦି ଆପଣ ଶୀଘ୍ର କରଜରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ ମା’ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ ।

୨. ଗାଈକୁ ଖାଇବାକୁ ଦିଅନ୍ତୁ ରୁଟି – ଗୁରୁବାର ଦିନ ୧୨୫୦ ଅଟା ରେ ୧୨୫୦ ଗୁଡ ମିଶାଇ ରୁଟି ବନାନ୍ତୁ ଓ ସେହି ରୁଟିକୁ ଗାଈକୁ ଖୁଆଇ ଦିଅନ୍ତୁ । ଏପରି ଲଗାତାର ୩ ଗୁରୁବାର କରିବା ଦ୍ୱାରା କରଜରୁ ମୁକ୍ତି ମିଳିପାରେ ।

୩. କଳା କୁକୁରକୁ ରୁଟି ଖୁଆନ୍ତୁ – କରଜରୁ ମୁକ୍ତି ପାଇବା ପାଇଁ ଆପଣ ଶନିବାର ଦିନ ସୋରିଷ ତେଲରେ ରୁଟି ମିଶାଇ କଳା କୁକୁରକୁ ଖାଇବାକୁ ଦିଅନ୍ତୁ । ଏପରି କରିବା ଦ୍ୱାରା ରାହୁ, କେତୁ ଓ ଶନି ଗ୍ରହଙ୍କ ପ୍ରକୋପ କମ ହୋଇଥାଏ । କଳା କୁକୁର ଉପାୟ ବହୁତ ଭଲ ହୋଇଥାଏ ।

୪. ଏହି ଦିନ ନିଅନ୍ତୁ କରଜ – ଯଦି ଆପଣଙ୍କର କିଛି ଜରୁରୀ କାମ ପାଇଁ କରଜ ଦରକାର ପଡୁଛି ତ ବୁଧବାର ଦିନ କରଜ ନିଅନ୍ତୁ । ବିଶ୍ବାସ ରହିଛି ଯେ ବୁଧବାର ଦିନ ନେଇଥିବା କରଜ ଶୀଘ୍ର ସୁଝି ହୋଇଯାଏ ।

୫. କରଜ ଫେରସ୍ତର ସବୁଠୁ ଭଲ ଦିନ – ଯଦି କରଜ ଫେରସ୍ତ କରିବାକୁ ଅଛି, ତେବେ ମଙ୍ଗଳବାର ସବୁଠୁ ଭଲ ଦିନ । ଯେମିତି ହେଉ ପ୍ରଥମ କିସ୍ତୀ ମଙ୍ଗଳବାର ଦିନ ଦିଅନ୍ତୁ । ଫଳରେ କରଜ ଶୀଘ୍ର ଶେଷ ହୋଇଯାଏ ।

 

Leave A Reply

Your email address will not be published.