Latest Odisha News

BREAKING NEWS

ଶ୍ରଦ୍ଧା ମର୍ଡର କେସର ନୂଆ ଟ୍ୱିଷ୍ଟ; ସାମ୍ନାକୁ ଆସିଲା ଶେଷ ଚାର୍ଟିଂ

ନୂଆଦିଲ୍ଲୀ: ଶ୍ରଦ୍ଧା ମର୍ଡର କେସରେ ନୂଆ ଟୁଇଷ୍ଟ । ହତ୍ୟାର କିଛି ସମୟ ପୂର୍ବରୁ ଶ୍ରଦ୍ଧା  ଅନୁମାନ କରିସାରିଥିଲେ  ତାଙ୍କ ସହ କ’ଣ ହେବାକୁ ଯାଉଛି । ସାମ୍ନାକୁ ଆସିଛି ଶ୍ରଦ୍ଧାଙ୍କ ହତ୍ୟାକାଣ୍ଡର କିଛି ସମୟ ପୂର୍ବର ଚାର୍ଟିଂ । ଶ୍ରଦ୍ଧା ମୃତ୍ୟୁର କିଛି ଘଣ୍ଟା ପୁର୍ବରୁ ଅର୍ଥାତ୍ ୪ଟା ୩୪ରେ ତାଙ୍କ ସାଙ୍ଗଙ୍କୁ ମେସେଜ କରିଥିଲେ । ହେଲେ ସେ ଜାଣି ନ ଥିଲେ ଏହା ତାଙ୍କ ଜୀବନର ଶେଷ ଚାର୍ଟ ବୋଲି ।

ମେସେଜରେ ଶ୍ରଦ୍ଧା ତାଙ୍କ ସାଙ୍ଗଙ୍କ ପାଖକୁ ଲେଖିଥିଲେ, I have got News ଅର୍ଥାତ ମୋ ପାଖରେ ଖବର ଅଛି । ଏହା ପରେ ସେ ଆଉ ଏକ ମେସେଜ ମଧ୍ୟ କରିଥିଲେ । ସେଥିରେ ସେ କହିଥିଲେ, କୌଣସି କାରଣରୁ ମୁଁ ବହୁତ ବ୍ୟସ୍ତ ଅଛି । ସେହିଦିନ ୬ଟା ୨୯ରେ ତାଙ୍କର ସାଙ୍ଗ ମେସେଜ କରି ବ୍ୟସ୍ତତାର କାରଣ ପଚାରିଥିଲେ । ହେଲେ ଶ୍ରଦ୍ଧା କୌଣସି ଉତ୍ତର ଦେଇ ନ ଥିଲେ । ଏହା ପରେ ତାଙ୍କର ସାଙ୍ଗ ଯୋଗାଯୋଗ ପାଇଁ ଅନେକ ବାର ଫୋନ କରିଥିଲେ । ହେଲେ ଶ୍ରଦ୍ଧାଙ୍କ ପଟୁ କୌଣସି ଉତ୍ତର ମିଳି ନ ଥିଲା ।

ପରେ ଅର୍ଥାତ ସେପ୍ଟେମ୍ବର ୧୫ ତାରିଖ ଅପରାହ୍ନ ୪.୩୫ରେ ଶ୍ରଦ୍ଧାଙ୍କ ସାଙ୍ଗ ଅଫତାବଙ୍କୁ ପତ୍ର ଲେଖି  ଭାଇ କ’ଣ ହେଲା, ତୁମେ କେଉଁଠି, ତୁମ ସହ କଥା ଅଛି, ଶ୍ରଦ୍ଧାକୁ କୁହ ମୋ ସହ କଥା ହେବ…ବୋଲି ଜଣାଇଥିଲେ । ହେଲେ ଏହାର ମଧ୍ୟ କୌଣସି ଉତ୍ତର ମିଳି ନ ଥିଲା । ଏହାପରେ ସନ୍ଧ୍ୟା ୫ଟାରେ ସାଙ୍ଗ ଅଫତାବଙ୍କୁ କଲ ବି କରିଥିଲେ । ହେଲେ ଅଫତବା ଜବାବ ଦେଇ ନ ଥିଲେ ।

ସେପ୍ଟେମ୍ବର ୨୪ ତାରିଖ ଦିନ ଶ୍ରଦ୍ଧାଙ୍କ ସାଙ୍ଗ ପୁଣି ମେସେଜ କରି କେଉଁଠି ଏବଂ ତୁମେ ସୁରକ୍ଷିତ  ଅଛ ତ ବୋଲି ପଚାରିଥିଲେ । ହେଲେ ଉତ୍ତର ନ ପାଇବାରୁ ତାଙ୍କର ସନ୍ଦେହ ବଢିଥିଲା । ଶ୍ରଦ୍ଧାଙ୍କ ସାଙ୍ଗ କହିଛନ୍ତି, ଶ୍ରଦ୍ଧାଙ୍କ ସେପ୍ଯେମ୍ବର ୨୪ ମେସେଜ ରିଡ ହୋଇଛି । ତା ପରେ କୌଣସି ଉତ୍ତର ଦିଆଯାଇ ନାହିଁ ।

Leave A Reply

Your email address will not be published.