Latest Odisha News

BREAKING NEWS

କର୍ଣ୍ଣାଟକ ସଙ୍କଟ : ଇସ୍ତଫା ଦେଇପାରନ୍ତି କୁମାରସ୍ୱାମୀ, ସୁପ୍ରିମକୋର୍ଟରେ ଆଜି ହେବ ଶୁଣାଣି

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ ଗତସପ୍ତାହ ୧୦ ଜଣ ବିଧାୟକ ଇସ୍ତଫା ପ୍ରଦାନ କରିବା ପରେ ସେଠାରେ ରାଜନୈତିକ ସଙ୍କଟ ପ୍ରତିଦିନ ଜଟିଳ ହେବାରେ ଲାଗିଛି । ବିଧାନସଭାର ୧୦ ଜଣ ଅସନ୍ତୁଷ୍ଟ ବିଧାୟକଙ୍କ ଇସ୍ତଫା ବାଚସ୍ପତି ଗ୍ରହଣ କରିବାରେ ଅଯଥା ବିଳମ୍ବ କରିବାନେଇ ତାଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଅଭିଯୋଗ ହୋଇଥିଲା । ଅଦାଲତ ଆଜି ହେବ ଏହାର ଶୁଣାଣି କରିବେ ଏବଂ ଏପରି ଏକ ସଙ୍କଟଜନକ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଏଚ ଡ଼ି କୁମାରସ୍ୱାମୀ ଆଜି ଅପରାହ୍ନରେ ଇସ୍ତଫା ଦେଇପାରନ୍ତି ବୋଲି ସୂଚନା ମିଳିଛି ।

ବିଧାନସଭାର ଯେଉଁ ୧୦ ଜଣ ବିଧାୟକ ଇସ୍ତଫା ପ୍ରଦାନ କରି ବାଚସ୍ପତିଙ୍କ ସାମ୍ବିଧାନିକ ମର୍ଯ୍ୟାଦା କ୍ଷୁର୍ଣ୍ଣ ହୋଇଥିବା ଦର୍ଶାଇ ଯେଉଁ ଅଭିଯୋଗ ସୁପ୍ରିମକୋର୍ଟରେ କରିଥିଲେ ଆଜି ଅଦାଲତ ତାହାର ଶୁଣାଣି କରିବେ ।

କଂଗେସ ଓ ଜେଡ଼ିଏସ ମେଣ୍ଟସରକାରରୁ ଇସ୍ତଫା ପ୍ରଦାନ କରିଥିବା ଉଭୟ ଦଳର ବିଧାୟକମାନେ ମୁମ୍ବାଇର କନଭେନସନ୍ସ ହୋଟେଲରେ ଅବସ୍ଥାନ କରୁଛନ୍ତି, କଂଗ୍ରେସର ବରିଷ୍ଠ ନେତାମାନେ ସେମାନଙ୍କ୍ୁ ଯୋଗାଯୋଗ କରି ମନାଇବାକୁ ପ୍ରବଳ ଉଦ୍ୟମ ଜାରି ରଖିଛନ୍ତି । ଇତିମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଡ଼ି କେ ଶିଭକୁମାର ସେଠାରେ ପହଞ୍ଚି ସମସ୍ତ ଅସନ୍ତୁଷ୍ଟ ବିଧାୟକମାନଙ୍କୁ ସାକ୍ଷାତ କରିବାକୁ ଚାହିଁଥିଲେ । ମାତ୍ର ପୋଲିସ ତାଙ୍କୁ ଗେଟ ସାମ୍ନାରୁ ଅଟକାଇବା ଫଳରେ ସେ ବିଧାୟକମାନଙ୍କୁ ସାକ୍ଷାତ କରିପାରିନଥିଲେ ।

ମିଳିଥିବା ସୂଚନାନୁଯାୟୀ, ଆଜି କଣ୍ଟାଟକରେ ଉପୁଜିଥିବା ଏପରି ରାଜନୈତିକ ସଙ୍କଟରେ ଅନେକ ପରିବର୍ତ୍ତନ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଜେଡ଼ିଏସ୍ ନେତୃତ୍ୱାଧୀନ ମେଣ୍ଟ ସରକାରର ମୁଖ୍ୟମନ୍ତ୍ରୀ ଏଚ ଡ଼ି କୁମାରସ୍ୱାମୀ ଆଜି ତାଙ୍କ ପଦବୀରୁ ଇସ୍ତଫା ପ୍ରଦାନ କରିପାରନ୍ତି । ଏପରିକି ରାଜ୍ୟପାଳଙ୍କୁ ଭେଟି ଏହି ରାଜନୈତିକ ସଙ୍କଟ ବାବଦରେ ବିଶଦ ଆଲୋଚନା ମଧ୍ୟ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଗଣମାଧ୍ୟମରୁ ଜଣାପଡ଼ିଛି ।

ସବୁଠୁ ବଡ଼କଥା ହେଲା, କର୍ଣ୍ଣାଟକ ବିଧାନସଭାରେ ମେଣ୍ଟ ସରକାର ଚଳାଉଥିବା ଉଭୟ କଂଗ୍ରେସ ଓ ଜେଡ଼ିଏସ ଦଳର ୧୦ ଜଣ ଅସନ୍ତୁଷ୍ଟ ବିଧାୟକ ବାଚସ୍ପତିଙ୍କୁ ସେମାନଙ୍କର ଇସ୍ତଫା ପ୍ରଦାନ କରିବା ପରେ ରାଜ୍ୟ ବିଜେପି ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ଏହି ଅସନ୍ତୁଷ୍ଟ ବିଧାୟକଙ୍କୁ ମିଶାଇ ସମୁଦାୟ ୧୩ ଜଣ ବିଧାୟକଙ୍କ ଅନୁପସ୍ଥିତିରେ ସରକାର ଭାଙ୍ଗିଯିବାର ସମ୍ଭାବନା ସୃଷ୍ଟି ହୋଇଥିଲା । ସେପଟେ ଏହି ସୁଯୋଗରେ ବିରୋଧୀ ବିଜେପି ନେତା ବି ଏସ ୟେଦିୟୁରାପ୍ପା ଶାସନ କ୍ଷମତାକୁ ନିଜ ଅକ୍ତିଆର କରିବାକୁ ତତ୍ପର ହୋଇଉଠିଛନ୍ତି ।

ମାତ୍ର, ବାଚସ୍ପତିଙ୍କ କହିବାନୁଯାୟୀ, ଇସ୍ତଫା ପ୍ରଦାନ କରିଥିବା ବିଧାୟକମାନେ ପ୍ରକୃତରେ ସ୍ୱତଃପ୍ରବୃତ ଭାବେ ଇସ୍ତଫା ପ୍ରଦାନ କରିଛନ୍ତି କି ନାହିଁ ହୃଦୟଙ୍ଗମ କରିବାକୁ ଚେଷ୍ଟା କରୁଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଇସ୍ତଫା ପ୍ରଦାନ କରିବା ପରେ ବିଜେପି ମୁଖ୍ୟ ବି ଏସ ୟେଦିୟୁରାପ୍ପା ମଧ୍ୟ ଆଜି ରାଜ୍ୟପାଳଙ୍କୁ ଏହି ରାଜନୈତିକ ସଙ୍କଟ ବାବଦରେ ଆଲୋଚନା କରିବା ଲାଗି ଆଲୋଚନା କରିପାରନ୍ତି । ଏପରିକି ବିଜେପିକୁ କ୍ଷମତାସୀନ କରିବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

Leave A Reply

Your email address will not be published.