Latest Odisha News

BREAKING NEWS

ବିଶ୍ୱକପ୍ ୨ୟ ସେମିଫାଇନାଲ୍: ଆଜି ଅଷ୍ଟ୍ରେଲିଆ-ଇଂଲଣ୍ଡ ଟକ୍କର୍

ବର୍ମିଂହାମ୍ : ଚଳିତ ଏକଦିବସୀୟ କ୍ରିକେଟ୍ ବିଶ୍ୱକପର ୨ୟ ସେମିଫାଇନାଲରେ ଆୟୋଜକ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଦଳ ଗୁରୁବାର ଦିନ ମୁହାଁମୁହିଁ ହେଉଛନ୍ତି । ବର୍ମିଂହାମ୍ ସ୍ଥିତ ଏଜବେଷ୍ଟନ୍ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେଉଛି ।

ଭାରତୀୟ ସମୟାନୁଯାୟୀ ଅପରାହ୍ନ ୩ଟାରେ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଉଭୟ ଦଳ ପରସ୍ପରକୁ ଭେଟିବାକୁ ଯାଉଛି ।

australia

ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିବାକୁ ଜୋରଦାର୍ ପ୍ରୟାସ କରିବେ । ଉଭୟ ଦଳ ଶକ୍ତିଶାଳୀ ହୋଇଥିବାରୁ ମ୍ୟାଚଟି ରୋମାଞ୍ଚପୂର୍ଣ୍ଣ ହୋଇପାରେ ।

ଚଳିତ ବିଶ୍ୱକପରେ ଅଷ୍ଟ୍ରେଲିଆ ଏଯାବତ୍ ୯ଟି ମ୍ୟାଚ୍ ଖେଳି ୭ଟିରେ ବିଜୟ ହୋଇ ୧୪ ପଏଣ୍ଟ୍ ହାସଲ କରି ଅଙ୍କ ତାଲିକାରେ ନଂ ୨ରେ ରହିଛି । ସେହିପରି ଇଂଲଣ୍ଡ ଦଳ ୯ଟି ମ୍ୟାଚରୁ ୬ଟିରେ ବିଜୟ ହୋଇ ୧୨ ପଏଣ୍ଟ ହାସଲ କରି ୩ୟ ସ୍ଥାନରେ ରହିଛି ।

Leave A Reply

Your email address will not be published.