Latest Odisha News

BREAKING NEWS

ୟେଦିୟୁରାପ୍ପା ଚତୁର୍ଥଥର ଲାଗି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ

ବେଙ୍ଗାଲୁରୁ: ବରିଷ୍ଠ ବିଜେପି ନେତା ବି ଏସ୍ ୟେଦିୟୁରାପ୍ପା ଚତୁର୍ଥଥର ଲାଗି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ବେଙ୍ଗାଲୁରୁସ୍ଥିତ ରାଜଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟପାଳ ବଜୁଭାଇ ବାଲ୍ଲା ୟେଦିୟୁରାପ୍ପାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ।

ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ପ୍ରକାଶିତ ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଆସନ୍ତା ଜୁଲାଇ ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ୟେଦିଙ୍କୁ କର୍ଣ୍ଣାଟକ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ ପଡ଼ିବ । ମାତ୍ର ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ଏହି ତାରିଖର ଯଥେଷ୍ଟ ପୂର୍ବରୁ ନୂତନ ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପା ବିଧାନସଭାରେ ନିଜ ସରକାରଙ୍କ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବେ ।

ନୂଆ ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପାଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବାକୁ ୬୦ ଜଣ ବିଧାୟକ ଆଶାୟୀ ରହିଛନ୍ତି । ତେବେ ୟେଦି ସମୁଦାୟ ୩୪ ଜଣ ବିଧାୟକଙ୍କୁ ନିଜ କ୍ୟାବିନେଟରେ ସ୍ଥାନଦେଉଥିବାର ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

Leave A Reply

Your email address will not be published.