ବେଙ୍ଗଳୁରୁ: କର୍ଣ୍ଣାଟକରେ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର କ୍ୟାବିନେଟ୍ ସମ୍ପ୍ରସାରଣ କରିଛନ୍ତି । ଶନିବାର ହୋଇଥିବା କ୍ୟାବିନେଟ୍ ସମ୍ପ୍ରସାରଣରେ କଂଗ୍ରେସ ନେତା ଏଚକେ ପାଟିଲ୍, କୃଷ୍ଣା ଗୌଡ଼ା କର୍ଣ୍ଣାଟକର ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ତାଙ୍କ ସହ ୨୨ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।
ମନ୍ତ୍ରୀ ଭାବେ ଦିନେଶ ଗୁଣ୍ଡରାଓ, ଶରଣବସ୍ପା ଦର୍ଶନାପୁର, ଏଚକେ ପାଟିଲ୍, କୃଷ୍ଣା ଗୌଡ଼ା, ଏନ୍ ଚେଲୁବରାୟସ୍ୱାମୀ, କେ ଭେଙ୍କଟେଶ, ଶିବାନନ୍ଦ ପାଟିଲ୍, ତିମ୍ମାପୁର ରାମପ୍ପା ବଲପ୍ପା, ଏସଏସ୍ ମଲ୍ଲିକାର୍ଜୁନ, ତଙ୍ଗଦଗି ଶିବରାଜ ସଙ୍ଗପା, ଡକ୍ଟର ଏଚସି ମହାଦେବପ୍ପା, ଈଶ୍ୱର ଖଣ୍ଡ୍ରେ, କ୍ୟାଥାସନ୍ଧ୍ରା ଏନ୍ ରାଜନ୍ନା, ଡକ୍ଟର ଶରଣ ପ୍ରକାଶ ଋଦ୍ରପା ପାଟିଲ୍ ପ୍ରମୁଖ ଶପଥ ନେଇଛନ୍ତି ।
ନାମଧାରି ରେଡ୍ଡୀ ସମୁଦାୟରୁ ଜଣେ ମନ୍ତ୍ରୀ ହୋଇଥିବା ବେଳେ ବୋକ୍କାଲିଗା ସମୁଦାୟରୁ ୪ ଜଣ, ଅନୁସୂଚିତ ଜାତିରୁ ଜଣେ, ବନଜିଗା ବୀରଶୈବ ଲିଙ୍ଗାୟତ ସମୁଦାୟରୁ ଜଣେ, ଅନୁସୂଚିତ ଜନଜାତିରୁ ୨ ଜଣ, ବ୍ରାହ୍ମଣ ସମୁଦାୟରୁ ଜଣେ, ରେଡ୍ଡୀ ଲିଙ୍ଗାୟତ ସମୁଦାୟରୁ ଜଣେ, ଜୈନ ଓ ମୁସଲିମ୍ ସମୁଦାୟରୁ ଜଣେ ଲେଖାଏ ମନ୍ତ୍ରୀ ହୋଇଛନ୍ତି ।
Comments are closed.