Latest Odisha News

BREAKING NEWS

ଭଉଣୀ ନିର୍ବନ୍ଧ ପାଇଁ ଭାରତ ଆସିଲେ ପ୍ରିୟଙ୍କା

ମୁମ୍ବାଇ : ବଲିଉଡ ତଥା ରାଜନୀତିର ଚର୍ଚ୍ଚିତ ଯୋଡ଼ି ରାଘବ ଓ ପରିଣୀତି । ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଆଜି ଉଭୟଙ୍କର ନିର୍ବନ୍ଧ । ସେଥିପାଇଁ ସଜେଇ ହୋଇଛି ମଣ୍ଡପ । ଦିଲ୍ଲୀର କପୁରଥଲା ହାଉସରେ ଉଭୟଙ୍କର ନିର୍ବନ୍ଧ ହେବ।

ଆଜିର ଏହି ନର୍ବନ୍ଧରେ ଉଭୟଙ୍କ ପକ୍ଷରୁ ପ୍ରାୟ ୧୫୦ ଜଣ ସମ୍ପର୍କୀୟ ଏବଂ ଶୁଭେଚ୍ଛୁ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏପରିକି ପରିଣୀତିଙ୍କ ବଡ ଭଉଶୀ ପ୍ରିୟଙ୍କା ମଧ୍ୟ ନିର୍ବନ୍ଧରେ ଯୋଗ ଦେବା ପାଇଁ ଆମେରିକାରୁ ଆସି ଭାରତରେ ପହଞ୍ଚିଛନ୍ତି । ନିକଟରେ ବିମାନ ବନ୍ଦରରେ ଦେଖିବାକୁ ମିଳିଛନ୍ତି । ସାଥିରେ ଜିଜୁ ନିକି ଜୋନ୍ସ ଏବଂ ଝିଆରୀ ମାଲତୀ ମଧ୍ୟ ଆସିଛନ୍ତି ।

ପରିଣିତଙ୍କ ବେଷ୍ଟ ଫ୍ରେଣ୍ଡ କୁହାଯାଉଥିବା କରଣ ଜୋହର ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପାରନ୍ତି । ଅନ୍ୟପକ୍ଷେ ରାଘବଙ୍କ ପକ୍ଷରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ସାମିଲ ହୋଇପାରନ୍ତି । କପୁରଥାଲା ହାଉସରେ ହେଉଛି ରାଘବ ଓ ପରିଣୀତିଙ୍କ ନିର୍ବନ୍ଧ । ଏଠିକାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓ କପୁରଥାଲା ହାଉସ ବାହାରୁ ଶୁଟ କରାଯାଇଛି ।

 

View this post on Instagram

 

A post shared by Viral Bhayani (@viralbhayani)


ଏଠି କହିରଖିବୁ, ପରିଣୀତି ଚୋପ୍ରା ଏବଂ ରାଘବ ଚଡ୍ଢ଼ା ଲଣ୍ଡନ ସ୍କୁଲ ଅଫ ଇକୋନମିକ୍ସର କ୍ଲାସେମଟ ଥିଲେ । ମିଡିଆ ରିପୋର୍ଟ ଅନୁସାରେ, ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ କିଛି ଦିନ ପୂର୍ବରୁ ପଞ୍ଜାବରେ ହୋଇଥିଲା । ପରିଣୀତି ସେଠାକୁ ଏକ ଫିଲ୍ମ ସୁଟିଂ ପାଇଁ ଯାଇଥିବା ସମୟରେ ସମ୍ପର୍କ ବଢିଥିଲା । ପରିଣୀତି-ରାଘବଙ୍କ ପ୍ରଫେସନ ଅଲଗା । ଉଭୟଙ୍କ ପାଖରେ ରହିଛି ନେମ-ଫେମ । ରାଘବ ହେଉଛନ୍ତି ଆପର ସବୁଠରୁ କନିଷ୍ଠ ସାଂସଦ । ଦମଦାର ଭାଷଣ ପାଇଁ ବେଶ ପରିଚିତ ରାଘବ । ତେବେ ରାଜନୀତିକୁ ଆସିବା ପୂର୍ବରୁ ସେ ଚାଟାର୍ଡ ଆକାଉଣ୍ଟାଣ୍ଟ ଥିଲେ ।

 

Leave A Reply

Your email address will not be published.