Latest Odisha News

BREAKING NEWS

କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀଙ୍କ ମେଗା ରୋଡ୍‌ ଶୋ

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଜୋର ଧରିଛି କ୍ୟାମ୍ପନିଂ । ବିଭିନ୍ନ ରାଜନୈତିକ ଦଳ ଜାରି ରଖିଛନ୍ତି ପ୍ରଚାର । ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲମ୍ବା ମେଗା ରୋଡ୍ ଶୋ କରୁଛନ୍ତି ।

ଏହି ରୋଡ୍ ଶୋ ଦ୍ବିପ୍ରହର ୧.୩୦ ମିନିଟରୁ ଆରମ୍ଭ ହୋଇଛି । ଏହି ପ୍ରଚାର ଶୋ’ ୧୩ଟି ବିଧାନସଭା କ୍ଷେତ୍ର ହୋଇ ଯିବ । ଏଥିରେ ୧୦ଲକ୍ଷ ଲୋକ ସାମିଲ ହେବାର ଯୋଜନା ରହିଛି । ଏଥିସହ ମେ’ ୭ତାରିଖରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ ହେବ।

ବିଜେପି ନେତାଙ୍କ ସୂଚନା ଅନୁଯାୟୀ, ଶନିବାର ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ ୩୬.୬ କିଲୋମିଟର ହେବ । ପ୍ରଥମେ ସକାଳ ୧୧ଟାରୁ ଆରମ୍ଭ ହୋଇ ଏହା ଦ୍ବିପ୍ରହର ଗୋଟାଏ ପର୍ଯ୍ୟନ୍ତ ୧୦ କିଲୋମିଟର ଚାଲିବ । ପରେ ଅପରାହ୍ଣ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୨୬ କିଲୋମିଟର ଚାଲିବ । ୭ ତାରିଖରେ ମୋଦି କର୍ଣ୍ଣାଟକର ୪ଟି ସ୍ଥାନରେ ସଭାକୁ ସମ୍ବୋଧିତ କରିବେ ।

କର୍ଣ୍ଣାଟକରେ ମେ’ ୧୦ ତାରିଖରେ ମତଦାନ ହେବ । ସେହିପରି ୩ ତାରିଖରେ ଭୋଟ୍ ଗଣତି ହେବ । ନିର୍ବାଚନରେ ଭୋଟ୍ ହାତେଇବାକୁ ବିଭିନ୍ନ ରାଜନୈତିକ ଦଳ ମାନେ ଜୋରଦାର ପ୍ରୟାସ ଜାରି ରଖିଛନ୍ତି ।

Leave A Reply

Your email address will not be published.