Latest Odisha News

BREAKING NEWS

ଆସନ୍ତା ୯ ତାରିଖରେ ନବୀନଙ୍କୁ ଭେଟିବେ ନୀତିଶ କୁମାର

ଭୁବନେଶ୍ୱର: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର ଆସନ୍ତା ୯ ତାରିଖରେ ଓଡ଼ିଶା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନୀତିଶ ବିରୋଧୀଙ୍କୁ ଏକାଠି କରିବାକୁ ଚେଷ୍ଟା କରୁଥିବା ବେଳେ ନବୀନଙ୍କୁ ଭେଟିବାକୁ ଯାଉଛନ୍ତି । ଯାହା ଉପରେ ସମସ୍ତଙ୍କ ନଜର ରହିଛି ।

ଅଣ ବିଜେପି ଦଳ ଗୁଡ଼ିକୁ ଏକାଠି କରିବା ଲାଗି ନୀତିଶ କୁମାର ପ୍ରୟାସ କରୁଛନ୍ତି । ଏହି କ୍ରମରେ ନୀତିଶ ଆସନ୍ତା ୯ ତାରିଖରେ ଓଡ଼ିଶା ଆସି ନବୀନଙ୍କୁ ଭେଟିବେ । ବିଜୁ ଜନତା ଦଳର ସଭାପତି ନବୀନଙ୍କୁ ନୀତିଶ ୮ ତାରିଖ ଦିନ ୧୨ଟାରେ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ତେବେ ଉଭୟ ୟୁପିଏ ଓ ଏନଡିଏ ଠାରୁ ସମଦୂରତ୍ୱ ରଖୁଥିବା ନବୀନ, ନୀତିଶଙ୍କୁ ଭେଟିବା ପରେ କଣ ନିଷ୍ପତ୍ତି ନେବେ ? ଆଗକୁ ସାଧାରଣ ନିର୍ବାଚନ ଥିବାରୁ କଣ ରହିବ ନବୀନ ଓ ବିଜୁ ଜନତା ଦଳର ଆଭିମୁଖ୍ୟ ? କଂଗ୍ରେସ ଓ ବିଜେପି ମେଣ୍ଟରେ ସାମିଲ୍ ହୋଇ ନଥିବା ବିଜେଡି ତୃତୀୟ ସାମ୍ମୁଖ୍ୟର ଅଂଶ ହେବ କି ? ତାକୁ ନେଇ ବି ନାନା ଚର୍ଚ୍ଚା ହେଉଛି ।

ଗତ ଏପ୍ରିଲରେ ନୀତିଶ କୁମାର ଦିଲ୍ଲୀ ଯାଇ ଏକାଧିକ ବିରୋଧୀ ନେତାଙ୍କୁ ଭେଟିଥିଲେ । କହିଥିଲେ ସେ ଦେଶ ସାରା ବୁଲି ବିରୋଧୀଙ୍କୁ ଏକାଠି କରିବେ ।

Leave A Reply

Your email address will not be published.