Latest Odisha News

BREAKING NEWS

ପରୀକ୍ଷାରେ ହିଜାବ ପିନ୍ଧିବାକୁ ଅନୁମତି ମିଳୁ, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଛାତ୍ରୀ

ବେଙ୍ଗାଲୁରୁ: ପରୀକ୍ଷାରେ ବସିଲା ବେଳେ ହିଜାବ ପିନ୍ଧିବାକୁ ଦିଆଯାଉ। ଏଭଳି ଦାବି କରି ସୁପ୍ରିମକୋର୍ଟରେ ଫେରାଦ ହେଲେ ଛାତ୍ରୀ। ବୁଧବାର କର୍ଣ୍ଣାଟକ କିଛି ଛାତ୍ରୀ ଓକିଲ ସହାୟତାରେ ସୁପ୍ରିମକୋର୍ଟରେ ଏଭଳି ଆବେଦନ କରିଛନ୍ତି।

କର୍ଣ୍ଣାଟକରେ ପ୍ରି-ୟୁନିଭର୍ସିଟି ପରୀକ୍ଷା ମାର୍ଚ୍ଚ ୯ ତାରିଖରେ ହେବାକୁ ଯାଉଛି। ତେଣୁ ଏହା ପୂର୍ବରୁ ମାମଲାର ତୁରନ୍ତ ଶୁଣାଣି ପାଇଁ ଛାତ୍ରୀଙ୍କ ଓକିଲ କୋର୍ଟରେ ଦାବି କରିଛନ୍ତି। ଘଟଣା ସମ୍ପର୍କରେ ଏକ ଖଣ୍ଡପୀଠ ଗଠନ କରି ଏହାର ବିଚାର କରାଯିବ ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ପ୍ରତିଶ୍ରୁତି ଦେଇଛନ୍ତି।

ଛାତ୍ରୀଙ୍କ ପାଇଁ ମାମଲା ଲଢୁଥିବା ଓକଲି ସଦନ ବୁଧବାର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ପାଖରେ ଆବେଦନ କରିଥିଲେ। ଛାତ୍ରୀମାନଙ୍କୁ ପରୀକ୍ଷାରେ ବସିବାକୁ ଦିଆ ନଗଲେ ସେମାନଙ୍କ କ୍ୟାରିୟର ନଷ୍ଟ ହୋଇଯିବ ବୋଲି ସେ ଦାବି କରିଥିଲେ।

ଏହା ସିଜେଇ ପ୍ରଶ୍ନ କରିଥିଲେ ଯେ କିଏ ଛାତ୍ରୀମାନଙ୍କୁ ପରୀକ୍ଷା ଦେବାକୁ ଅଟକାଉଛନ୍ତି ? ଉତ୍ତରରେ ଫରାସ୍ତ କହିଛନ୍ତି ଯେ ହିଜାବ ପିନ୍ଧି ଆସିଲେ ଛାତ୍ରୀମାନଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦିଆଯାଉ ନାହିଁ। ଏପଟେ ଛାତ୍ରୀମାନେ ମଧ୍ୟକ ବିନା ହିଜାବରେ ପରୀକ୍ଷା ଦେବେ ନାହିଁ ବୋଲି ଜିଦ୍ ଧରିଛନ୍ତି। ମାର୍ତ୍ତ ୯ ତାରିଖରେ ପରୀକ୍ଷା ଥିବାର ଏହାର ଜରୁରୀ ଶୁଣାଣି ଆବଶ୍ୟକ ବୋଲି ଫରାସ୍ତ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲେ। ଏହାପରେ କୋର୍ଟ ମାମଲାର ଜରୁରୀ ଶୁଣାଣି ବିଷୟରେ ଚିନ୍ତା କରାଯିବ ବୋଲି କହିଥିଲେ।

ସୂଚନା ଥାଉକି କର୍ଣ୍ଣାଟକ ସରକାର ସରକାରୀ ପ୍ରି-ୟୁନିଭର୍ସିଟି କଲେଜ୍‌ରେ ହିଜାବ ବନ୍ଦ କରିବା ପରେ ମୁସ୍ଲମ୍‌ ଛାତ୍ରୀମାନେ ଆନ୍ଦୋଳନ କରିଥିଲେ। ଯାହାକୁ ନେଇ ଦେଶ ବିଦେଶ ସବୁଆଡ଼େ ଖବର ପ୍ରକାଶ ପାଇଥିଲା।

Comments are closed.