Latest Odisha News

BREAKING NEWS

କର୍ଣ୍ଣାଟକରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ, ୨୮ରୁ ଲାଗିବ କଟକଣା

କର୍ଣ୍ଣାଟକ : ଓମିକ୍ରନ ସଙ୍କଟ ବଢୁଥିବା ବେଳେ ୧୦ ଦିନିଆ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି କର୍ଣ୍ଣାଟକ ସରକାର । ଡିସେମ୍ବର ୨୮ରୁ ୧୦ଦିନ ଯାଏ କଟକଣା ଲାଗୁ ହେବ । ରାତି ୧୦ଟାରୁ ଭୋର ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ କେ. ସୁଧାକର । ନାଇଟ୍ କର୍ଫ୍ୟୁ ସହ ନୂଆବର୍ଷ ପାର୍ଟି ଓ ସେଲିବ୍ରେସନ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଏହାସହ କଟକଣା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ । ନିରାଡମ୍ବର ଭାବେ ନୂଆବର୍ଷ ପାଳନ କରିବାକୁ ଗାଇଡଲାଇନ ଜାରି କରାଯାଇଛି । ଏହି ସମୟରେ ଡିଜେ ଓ ଜନଗହଳିକୁ ମଧ୍ୟ ବାରଣ କରାଯାଇଛି ।

ଏପଟେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ପଛକୁ ରହିଛି ଦିଲ୍ଲୀ । ନୂଆ ରାଜ୍ୟ ଭାବେ ମଧ୍ୟପ୍ରଦେଶ ଓ ହିମାଚଳ ପ୍ରଦେଶରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୬ ହଜାର ୯୮୭ କରୋନା ଆକ୍ରାନ୍ତ । ଦିଲ୍ଲୀରେ ରେକର୍ଡ ଭାଙ୍ଗିଛି କୋଭିଡ ସଂକ୍ରମଣ । କର୍ଣ୍ଣାଟକର କୋଲରସ୍ଥିତ ଏକ ମେଡିକାଲ କଲେଜରେ ଏକାଥରେ ୩୦ ଜଣ ଛାତ୍ର କୋଭିଡ ସଂକ୍ରମିତ ହୋଇଛନ୍ତି । ସେହିପରି ଛତିଶଗଡ଼ ରାଇଗଡରେ ଏକ ବିଦ୍ୟାଳୟରେ ୧୭ ଜଣ ଛାତ୍ରୀ କୋଭିଡ ସଂକ୍ରମିତ ହୋଇଛନ୍ତି ।

Leave A Reply

Your email address will not be published.