Latest Odisha News

BREAKING NEWS

କର୍ଣ୍ଣାଟକ ବିଧାନସଭାରେ ଆଜି ହେଲାନି ଆସ୍ଥା ଭୋଟ, ଜୁଲାଇ ୧୯ ତାରିଖକୁ ଘୁଞ୍ଚାଇଲେ ଉପ ବାଚସ୍ପତି

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ ଡ଼ି କୁମାରସ୍ୱାମୀଙ୍କ ସରକାର ନିଜର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ଉଦ୍ଦେଶ୍ୟରେ ଗୁରୁବାର ଆସ୍ଥା ଭୋଟର ସାମ୍ନା କରିଥାନ୍ତା । ଏହାକୁ ବିଧାନସଭାର ଉପ ବାଚସ୍ପତି ଜୁଲାଇ ୧୯ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ପୂର୍ବରୁ ବିଜେପି ବିଧାୟକମାନେ ଆସ୍ଥା ଭୋଟ ଆଗତ କ୍ଷେତ୍ରରେ ବାଚସ୍ପତି ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶର ଅବମାନନା କରିବା ସହ ଉଦ୍ଦେଶ୍ୟ ମୂଳକ ଭାବେ ଆସ୍ଥା ଭୋଟ ଆଗତ କରିବାରେ ବିଳମ୍ବ କରୁଛନ୍ତି ବୋଲି ଅଭିଯୋଗ କରି ଗୃହରେ ହଙ୍ଗାମା କରିଛନ୍ତି ।

ଉପ ବାଚସ୍ପତିଙ୍କ ଏ ନିଷ୍ପତ୍ତିର ବିରୋଧ କରି ସାରା ରାତି ବିଜେପି ସଦସ୍ୟ ଗୃହରେ ବସି ରହିବେ ବୋଲି ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା କହିଛନ୍ତି ।

Leave A Reply

Your email address will not be published.