Latest Odisha News

ବାପାଙ୍କ ଶରୀରକୁ ୩୨ ଖଣ୍ଡ କରି ବୋରୱେଲରେ ଫିଙ୍ଗି ଦେଲା ପୁଅ

ବେଙ୍ଗଳୁରୁ: ଶ୍ରଦ୍ଧା ୱାକରଙ୍କ ହତ୍ୟା ପରେ ଶବକୁ ଖଣ୍ଡ ଖଣ୍ଡ କରିବାର ମାମଲା ସାମ୍ନାକୁ ଆସୁଛି । ଏବେ ଶ୍ରଦ୍ଧା ୱାକର ଭଳି ଆଉ ଏକ ମାମଲା ଆସିଛି କର୍ଣ୍ଣାଟକରୁ । ବାଗଲକୋଟରେ ଜନ୍ମ କଲା ବାପାର ଶରୀରକୁ ପୁଅ ଅତି ନୃଶଂସ ଭାବେ ୩୨ ଖଣ୍ଡ କରିବା ପରେ ବୋରୱେଲ୍ ଭିତରେ ପକାଇ ଦେଇଥିବା ଜଣାପଡ଼ିଛି ।

ହତ୍ୟାକାଣ୍ଡ ବିଷୟରେ ଜଣା ପଡ଼ିବା ପରେ ପୋଲିସ ଆର୍ଥ ମୁଭର୍ସ ସହାୟତାରେ ମୃତକଙ୍କ ଶରୀରର ଖଣ୍ଡକୁ ଉଦ୍ଧାର ପାଇଁ ପ୍ରୟାସ କରୁଛି । ପୋଲିସ ହତ୍ୟା ଅଭିଯୁକ୍ତ ପୁଅ ଭିଥାଲା କୁଲାଲିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନା ଅନୁସାରେ, ଡିସେମ୍ବର ୬ ତାରିଖରେ ୨୦ ବର୍ଷର ଭିଥାଲା ତାଙ୍କ ବାପା ପର୍ଶୁରାମ କୁଲାଲିଙ୍କୁ ଏକ ଲୁହା ରଡରେ ପିଟି ହତ୍ୟା କରିଥିଲା । ପୋଲିସ ଅନୁସାରେ, ପର୍ଶୁରାମ ମଦ ପିଇ ସବୁବେଳେ ଝଗଡ଼ା କରୁଥିଲେ ।

Leave A Reply

Your email address will not be published.