Latest Odisha News

BREAKING NEWS

ଷ୍ଟେଜରେ ଆଣ୍ଠେଇ ପଡ଼ି କୁନି ପ୍ରତିଯୋଗୀଙ୍କୁ ଜୋତା ପିନ୍ଧାଇଲେ ଅମିତାଭ

ମୁମ୍ବାଇ: ଆଜି ବି ବଲିଉଡରେ ରହିଛି ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଦବଦବା । ରିଲ ଲାଇଫରେ ମେଗାଷ୍ଟାର ଅମିତାଭ ବଚ୍ଚନ ଯେତିକି ସାଧାସିଧା ରିଅଲ ଲାଇଫରେ ସେତିକି ଅମାୟିକ । କୌନ ବନେଗା କରୋଡପତିରେ ବିଗ ବି ଓ କଣ୍ଟେଷ୍ଟାଣ୍ଟଙ୍କ ସହ ତାଙ୍କର ଥଟ୍ଟା ମସ୍ତି ଦର୍ଶକଙ୍କ ମନକୁ ଛୁଇଁଛି । ଆଜିକାଲି କୌନ ବନେଗା କରୋଡପତିରେ  ପିଲାମାନଙ୍କ ସହ ବେଶ ମସ୍ତି କରୁଛନ୍ତି ମେଗା ଷ୍ଟାର ।

ଏବେ ଛୋଟ ପିଲାଙ୍କୁ ନେଇ ଚାଲିଛି କୌନ ବନେଗା କରୋଡପତିର ଏପିସୋଡ । ଛୋଟ କିନ୍ତୁ ଟାଲେଣ୍ଟେଡ ପିଲାମାନେ ସେମାନଙ୍କର ନଟଖଟ ଅନ୍ଦାଜରେ ଖାଲି ମେଗାଷ୍ଟାରଙ୍କର ନୁହେଁ ଦର୍ଶକଙ୍କ ମନ ବି ଜିଣୁଛନ୍ତି ।  ଛୋଟ ପିଲାଙ୍କ ସହ ଅମିତାଭଙ୍କ ନଟଖଟ ଅନ୍ଦାଜ ବି ଆହୁରି ଆକର୍ଷଣୀୟ । ନିକଟରେ ଜଣେ କୁନି ପ୍ରତିଯୋଗୀଙ୍କୁ ଅମିତାଭ ଜୋତା ପିନ୍ଧାଉଥିବା ଦେଖିବାକୁ ମିଳିଛି । ଜଣେ ମେଗାଷ୍ଟାର ଚପଲ ପିନ୍ଧିବାରେ କାହାକୁ ସାହାଯ୍ୟ କରିବା କିଛି ଛୋଟ କଥା ନୁହେଁ । ଏହି ଘଟଣା ପରେ ଅମିତାଭଙ୍କ ପ୍ରତି ଫ୍ୟାନ୍ସଙ୍କ ସମ୍ମାନ, ଭଲ ପାଇବା ଆହୁରି ବଢିଯାଇଛି ।

କେବିସିର ଲାଟେଷ୍ଟ ଏପିସୋଡରେ ୯ ବର୍ଷର ଅଂଶୁମାନ ପାଠକ ଫାଷ୍ଟ ରାଉଣ୍ଡରେ ଜିତିବା ପରେ ହଟ ସିଟରେ ପହଞ୍ଚିଥିଲେ । ଅଂଶୁମାନ ବିଗ ବିଙ୍କ ସହ ହୃଦୟ ଖୋଲି ଅନେକ ଗପସପ କରିଥିଲେ । ସେ ବଡ ହୋଇ ଭିଡିଓ ଗେମ ଡେଭଲପର ହେବାକୁ ଚାହୁଁଛନ୍ତି ବୋଲି କହିଥିଲେ । ଆଲୋଚନା ସମୟରେ ଅଂଶୁମାନ ବିଗ ବିଙ୍କୁ କହିଛି, ସେ ଜୋତା ଖୋଲି ଶ୍ଳୋକ ପଢିବାକୁ ଚାହୁଁଛି । ବିଗ ବିଙ୍କ ଅନୁମତି ନେବା ପରେ ଅଂଶୁମାନ ଶ୍ଳୋକ ପଢିଥିଲେ । ଶ୍ଳୋକ ପଢିବା ପରେ ଅଂଶୁମାନ ଯେତେବେଳେ ଜୋତା ପିନ୍ଧିବାକୁ ଆସିଲେ, ସେତେବେଳେ ଅମିତାଭ ତାଙ୍କୁ ସାହାଯ୍ୟ କରିଥିଲେ । ଏପରିକି ସିଟରୁ ଓହ୍ଲାଇ ତଳେ ଆଣ୍ଠେଇ ଅଂଶୁମାନଙ୍କୁ ଜୋତା ପିନ୍ଧାଉଥିବା ଦେଖିବାକୁ ମିଳିଥିଲା ।

ଅମିତାଭଙ୍କୁ ତଳେ ବସିବା ଦେଖି ଅଂଶୁମାନ କହିଥିଲେ, ମୁଁ ନିଜେ ଜୋତା ପିନ୍ଧି ପାରିବି । ହେଲେ ଅମିତାଭ ହସି ହସି ଅଂଶୁମାନଙ୍କୁ ପ୍ରଶଂସା କରି କହିଥିଲେ, ‘ତୁମେ ଜିନିୟସ । ତେଣୁ ତୁମକୁ ଜୋତା ପିନ୍ଧାଇବାରେ ସାହାଯ୍ୟ କରୁଛି ।’

ବିଗ ବି ଅଂଶୁମାନଙ୍କ ପାଖରେ ନିଜର ସିକ୍ରେଟ ବି ଖୋଲି ଦେଇଥିଲେ । ଅମିତାଭ କହିଥିଲେ, ସେ ଚପଷ୍ଟିକରେ ନୁଡ୍ଲସ ଖାଇ ପାରନ୍ତିନି । ଯେତେବେଳେ ବି ଖାଆନ୍ତି, ତାହା ତଳେ ଖସିପଡେ । ରେଷ୍ଟୁରାଣ୍ଟରେ ନୁଡୁଲ୍ସ ଖାଇବାବେଳେ ସେ ଖୁବ ଅପଦସ୍ତ ହୁଅନ୍ତି । ସେ ଚାମଚରେ ନୁଡୁଲ୍ସକୁ  ଛୋଟଛୋଟ ପିସ କରି ଫର୍କରେ ଖାଇଥାନ୍ତି ।

Leave A Reply

Your email address will not be published.