Latest Odisha News

BREAKING NEWS

କର୍ଣ୍ଣାଟକରେ ବଜରଙ୍ଗ ଦଳ କର୍ମୀଙ୍କ ହତ୍ୟାକୁ ନେଇ ବିଗୁଡୁଛି ସ୍ଥିତି

କର୍ଣ୍ଣାଟକ : କର୍ଣ୍ଣାଟକରେ ବଜରଙ୍ଗ ଦଳ କର୍ଯ୍ୟକର୍ତ୍ତାଙ୍କୁ ହତ୍ୟାକୁ ନେଇ ବିଗିଡିବାରେ ଲାଗିଛି ସ୍ଥିତି । ସିଭମୋଗା ସହରରେ ବଜରଙ୍ଗ ଦଳ କର୍ମୀଙ୍କ ହତ୍ୟାକାଣ୍ଡକୁ ନେଇ ବିଭିନ୍ନ ସ୍ଥାନରେ ଆଇନଶୃଙ୍ଖଳା ସ୍ଥିତି ଉପୁଜିଛି । ବଜରଙ୍ଗ ଦଳ ପକ୍ଷରୁ ବିକ୍ଷୋଭ, ଶୋଭାଯାତ୍ରା କରାଯାଉଥିବା ବେଳେ କିଛି ସ୍ଥାନରେ ରାସ୍ତାରେ ନିଆଁ ଲଗାଯାଇଛି । ତେବେ ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ଲାଗି ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି । ଫେବ୍ରୁଆରୀ ୨୩ ତାରିଖ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ।

ବଜରଙ୍ଗ ଦଳ କର୍ମୀଙ୍କ ହତ୍ୟା ଘଟଣାକୁ ହିଜାବ ବିବାଦ ସହ ଯୋଡ଼ା ଯାଉଥିବା ବେଳେ କର୍ଣ୍ଣାଟକ ଗୃହମନ୍ତ୍ରୀ ଏହାକୁ ଖଣ୍ଡନ କରିଛନ୍ତି । ସୀଭମୋଗାରେ ଆଜି ଓ ଆସନ୍ତାକାଲି ସ୍କୁଲ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଘଟଣାକୁ ନେଇ ତେଜିଛି ରାଜନୀତି । ବିଜେପି ନେତା ତଥା କର୍ଣ୍ଣାଟକ ମନ୍ତ୍ରୀ କେ. ଏସ୍ ଇଶ୍ବରପ୍ପା ହତ୍ୟା ଘଟଣାରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଦାୟୀ କରିଥିବା ବେଳେ, କଂଗ୍ରେସ ନେତାଙ୍କ ଉତ୍ତେଜିତ ଭାଷଣ ଯୋଗୁ ଏଭଳି ହୋଇଛି ବୋଲି କହିଛନ୍ତି । ଇଶ୍ବରପ୍ପାଙ୍କ ଇସ୍ତଫା ଦାବି କରିବା ସହ ବିଜେପି ନେତାଙ୍କ ଏଭଳି ବୟାନକୁ ନିନ୍ଦା କରିଛି କଂଗ୍ରେସ । ସେପଟେ ରାଜ୍ୟରେ ଶାନ୍ତି ରଖିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ । ହତ୍ୟାକାଣ୍ଡରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି ।

Comments are closed.