ନୂଆଦିଲ୍ଲୀ : ଦୁନିଆରେ ଅନେକ ରହସ୍ୟମୟୀ ସ୍ଥାନ ରହିଛି । ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣିଥାନ୍ତି । ଏପରି ଏକ ନଦୀ ରହିଛି କର୍ଣ୍ଣାଟକରେ । ଯେଉଁଠାରେ ଆପଣ ମାନଙ୍କୁ ଶହ ଶହ ଶିବ ଲିଙ୍ଗ ଦେଖିବାକୁ ମିଳିବ । ଆମେ ଜାଣୁ ଯେ ଲୋକମାନେ ବିଭିନ୍ନ ମାନସିକ ରଖି ଜଳାଭିଷେକ କରିଥାନ୍ତି । କିନ୍ତୁ ଏଠାରେ ନଦୀ ହିଁ ମହାଦେବଙ୍କ ଜଳାଭିଷେକ କରିଥାଏ ।କର୍ଣ୍ଣାଟକର ସିରସି ଅଞ୍ଚଳରେ ରହିଛି କିଶୋରମାଳା ନଦୀ ।
ନଦୀର ପଥର ଉପରେ ଦେଖିବାକୁ ମିଳେ ଶହ ଶହ ଶିବଲିଙ୍ଗ । କୁହାଯାଏ ଏହି ସମସ୍ତ ଶିବଲିଙ୍ଗ ରାଜା ସଦାଶିବାରାଇଙ୍କ ନିର୍ଦ୍ଦେଶରେ ନିର୍ମାଣ ହୋଇଥିଲା । ଏ ସବୁ ଶିବଲିଙ୍ଗ ଗୁଡିକୁ ଏପରି ଭାବରେ ନିର୍ମାଣ କରାଯାଇଛି କି ଯେପରି ନଦୀ ହିଁ ସମସ୍ତ ଶିବଲିଙ୍ଗର ଜଳାଭିଷେକ କରିବ । ଏହି ସ୍ଥାନକୁ ସହସ୍ରା ଶିବଲିଙ୍ଗ ମଧ୍ୟ କୁହାଯାଏ । ବିଶେଷ କରି ଶ୍ରାବଣ ମାସରେ ଏଠାକୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟେ । ବିଶ୍ବାସ ରହିଛି ଏହି ସହସ୍ରାଲିଙ୍ଗଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟଫଳ ମିଳିଥାଏ ।
Comments are closed.