Latest Odisha News

BREAKING NEWS

ଶେଷରେ ଭଗବାନଙ୍କୁ ବି ଛାଡିଲେନି: ଅଧରାତିରେ ପଞ୍ଚୁବରାହୀ ମନ୍ଦିରରୁ ସୁନା ରୂପା ଅଳଙ୍କାର ଲୁଟିନେଲେ ଲୁଟେରା

ରାଜନଗର : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଚୋରି ଏବଂ ଲୁଟପାଟ୍ ଘଟଣା  ।  ପ୍ରତିଦିନ କେଉଁଠୁ ନା କେଉଁଠୁ ଚୋରୀ ଘଟଣା ସାମ୍ନାକୁ ଆସିଛି । ଲୁଟେରା ମାନେ ମଣିଷଙ୍କୁ ତ ଲୁଟୁଥିଲେ ଏବେ ଭଗବାନଙ୍କୁ ବି ଲୁଟିବାକୁ ପଛାଇଲେନି । ରାତିରେ କଳା କନା ବୁଲାଇ ମାଆଙ୍କର ସବୁ ସୁନା ଗହଣା ଲୁଟିନେଇଛନ୍ତି ଲୁଟେରା  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ରାଜନଗର ସାତଭାୟାର ପଞ୍ଚୁବରାହୀ ମନ୍ଦିରରେ  ।

ମାଙ୍କର ସୁନା , ରୂପା ଅଳଙ୍କାର ସହ ହୁଣ୍ଡିରୁ ଟଙ୍କା ମଧ୍ୟ ଲୁଟ ହୋଇଛି । ଲୁଟ ହୋଇଥିବା ସୁନା ଗହଣାର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି  । ଆଉ ପ୍ରଥମଥର ପାଇଁ ମାଆଙ୍କ ମନ୍ଦିରରୁ ଚୋରି ହୋଇଥଇବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ଏନେଇ ମା’ ପଞ୍ଚୁବରାହୀ ମନ୍ଦିର ପୂଜା ପରିଚାଳନା କମିଟିର ସଭାପତି ସଂଗ୍ରାମ କେଶରୀ ସାହାଣୀ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ରାଜନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.