Latest Odisha News

ଗୁଗୁଲ୍‌ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କର୍ଣ୍ଣାଟକ ସରକାର

ନୂଆଦିଲ୍ଲୀ: ଗୁଗୁଲ୍‌ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କର୍ଣ୍ଣାଟକ ସରକାର। ତେବେ ଗୁରୁବାର କର୍ଣ୍ଣାଟକ ସରକାର କହିଛନ୍ତି ଯେ ଗୁଗୁଲ୍‌ ସର୍ଚ୍ଚ ବେଳେ କନ୍ନଡକୁ ଭାରତର ସବୁଠାରୁ ଖରାପ ଭାଷା ଭାବରେ ଦର୍ଶାଇବା ପରେ ଗୁଗୁଲ୍‌ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

“ଏହା ଅତ୍ୟନ୍ତ ନିନ୍ଦନୀୟ ବିଷୟ। ଯଦି ଗୁଗୁଲ୍‌ କିମ୍ବା ଅନ୍ୟ କେହି କନ୍ନଡ ଭାଷାକୁ ଅବମାନନା କରନ୍ତି କିମ୍ବା କନ୍ନଡକୁ ଅପମାନ କରନ୍ତି, ତେବେ ସେମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କର୍ଣ୍ଣାଟକର ଜଙ୍ଗଲ, କନ୍ନଡ ଏବଂ ସଂସ୍କୃତି ମନ୍ତ୍ରୀ ଅରବିନ୍ଦ ଲିମ୍ବାୱାଲୀ କହିଛନ୍ତି।

ସେ କହିଛନ୍ତି ଯେ ଆଇନ ବିଭାଗ ସହିତ ପରାମର୍ଶ ପରେ କନ୍ନଡ ଓ ସଂସ୍କୃତି ବିଭାଗର ସଚିବଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି ଏବଂ ତୁରନ୍ତ ଗୁଗୁଲ୍‌କୁ ନୋଟିସ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ଏହି ବିବାଦର ଉତ୍ତରରେ ଗୁଗୁଲର ଜଣେ ମୁଖପାତ୍ର କହିଛନ୍ତି ଯେ ଗୁଗୁଲ୍‌ ସର୍ଚ୍ଚରେ ସର୍ବଦା ସଠିକ ଫଳାଫଳ ମିଳି ନଥାଏ।

Leave A Reply

Your email address will not be published.