Latest Odisha News

BREAKING NEWS

[ଭିଡିଓ] କୋରାପୁଟ: ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ରାୟ ଶୁଣାଣି

କୋରାପୁଟ: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାର ଆଜି ରାୟ ଶୁଣାଣି ହୋଇଛି । ଆଡହକ ଆଡିସନାଲ ସେସନ ଜଜ, ଫାଷ୍ଟଟ୍ରାକ ସ୍ପେସିଆଲ କୋର୍ଟ ଜୟପୁର ପ୍ରଦୀପ କୁମାର ସାସମଲ ନାବାଳିକାକୁ ଦୁଷ୍କର୍ମ ମାମଲାର ରାୟ ଶୁଣାଣି କରିଛନ୍ତି । ଅଭିଯୁକ୍ତ କୋଟପାଡ ଥାନା ଅନ୍ତ୍ରର୍ଗତ କେନ୍ଦୁଗୁଡାର ସନ୍ତୋଷ ଏଲିୟସ ସତ୍ୟ ନାରାୟଣ ମାଝୀକୁ ୨ ଦଫାରେ ଦଣ୍ଡିତ କରିଛନ୍ତି । ୨ ଟି ଦଫାରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଆର୍ଥିକ ଜୋରିମାନାରେ ତାଙ୍କୁ ଦଣ୍ଡିତ କରାଯାଇଛି । ଅର୍ଥ ଅନାଦୟ ହେଲେ ଅଧିକା ୯ ମାସ ଜେଲ ଦଣ୍ଡ ଭୋଗିବାକୁ ତାଙ୍କ ରାୟରେ ଶୁଣାଣି କରିଛନ୍ତି । ସହଯୋଗୀ ଅଭିଯୁକ୍ତ କେନ୍ଦୁଗୁଡାର ସମୋନାଥ ଏଲିୟସ କନ୍ଦ ଚାଲାଣକୁ ୩ ବର୍ଷ ସଶ୍ରମ କାରାଦଣ୍ଡସହ ୫ ହଜାର ଟଙ୍କା ଆର୍ଥିକ ଜୋରିମାନାରେ ଦଣ୍ଡିତ କରିଛନ୍ତି । ଅର୍ଥ ଅନାଦୟ ହେଲେ ଅଧିକ ୩ ମାସ ସଶ୍ରମ ଜେଲ ଦଣ୍ଡ ଭୋଗିବାକୁ ତାଙ୍କ ରାୟରେ ଶୁଣାଣି କରିଛନ୍ତି ।

ଆଇନସେବା ପ୍ରାଧିକରଣ ପକ୍ଷରୁ ପୀଡିତାଙ୍କୁ ୨ ଲକ୍ଷ ଅର୍ଥିକ ଅନୁକମ୍ପା ରାଶି ପ୍ରଦାନ କରିବାକୁ କୋର୍ଟ ତାଙ୍କ ରାୟରେ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଦୋଷୀମାନଙ୍କ ଠାରୁ ଆଦାୟ ହେବାକୁ ଥିବା ୨୦ ହଜାର ଟଙ୍କା ପୀଡ଼ିତାଙ୍କୁ ଦେବାକୁ ନିର୍ଦ୍ଦେଶ ହୋଇଛି ।

ସୂଚନାଥାଉକି, ୧୫.୫.୨୦୧୪ ମସିହାରେ ବୋରିଗୁମ୍ମା ଅଞ୍ଚଳର ଜଣେ ନାବାଳିକା ମାର୍କେଟକୁ ଯିବା ସମୟରେ ଅଭିଯୁକ୍ତ ସତ୍ୟ ନାରାୟଣ ଓ ତାଙ୍କ ସହଯୋଗୀ ସମୋନାଥ ଚାଲାଣ ଏକ ବୋଲେରୋ ଗାଡିରେ ମର୍କେଟରୁ ଅପହରଣ କରି ଜଗଦଲପୁର ଗାଁରେ ଏକ ଘରେ ରଖି ତାଙ୍କ ଇଛା ବିରୁଦ୍ଧରେ ଦୁର୍ଷମ କରିଥିଲେ । ପୀଡ଼ିତାଙ୍କ ପରିବାର ଏନେଇ ବୋରିଗୁମ୍ମା ଥାନାରେ ୨୫.୬.୨୦୧୪ ରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ନାବାଳିକାକୁ ଉଦ୍ଧାର କରି ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା । ଏହି ମାମଲାରେ ୧୧ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ ।
ଆଜି ଏହି ରାୟର ଶୁଣାଣି ହୋଇଛି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସ୍ୟୁକଟର ଗାୟତ୍ରୀ ଦେବୀ ମାମଲାର ପରିଚାଳନା କରିଥିଲେ ।

Leave A Reply

Your email address will not be published.