Latest Odisha News

ଆଉଥରେ ବଧୂ ସାଜିବେ ଏହି କପୁର କନ୍ୟା !

ମୁମ୍ବାଇ: ନବେ ଦଶକର ସୁପରହିଟ ଅଭିନେତ୍ରୀ କପୁରକନ୍ୟା କରିସ୍ମା କପୁରଙ୍କୁ ନେଇ ଶୁଣିବାକୁ ମିଳିଛି ଏକ ନୂଆ କଥା । ବି-ଟାଉନରୁ ଖବର ଆସିଛି ଯେ, ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି କରିସ୍ମା ।

ତେବେ ବହୁତ ପୂର୍ବରୁ କରିସ୍ମା କପୁର ବାଲିଉଠାରୁ ଦୂରେଇ ଯାଇଥିବା ବେଳେ, ଏବେ କିଛି ନା କିଛି କାରଣ ପାଇଁ ସେ ଲାଇମ୍‌ ଲାଇଟରେ ରହୁଛନ୍ତି। ଏବେ କରିସ୍ମା ନିଜ ବିବାହ ପାଇଁ ଖୁବ ଚର୍ଚ୍ଚାରେ ଅଛନ୍ତି।

ପୂର୍ବରୁ ୨୦୦୩ ମସିହାରେ କରିସ୍ମାଙ୍କ ବିବାହ ସଞ୍ଜୟ କପୁରଙ୍କ ସହ ହୋଇଥିଲା। ବିବାହର କିଛି ବର୍ଷ ପରେ ଉଭୟ ପରସ୍ପରଙ୍କଠାରୁ ଅଲଗା ହୋଇଯାଇଥିଲେ ।

ତେବେ କରିସ୍ମା କପୁର ଏବେ ବିଜନେସମ୍ୟାନ ସନ୍ଦୀପ ତୋଷନୀୱାଲଙ୍କୁ ଡେଟ୍ କରୁଥିବା ଖବର ଶୁଣିବାକୁ ମିଳୁଛି । ଅଧିକାଂଶ ସମୟରେ ଏମାନଙ୍କୁ ଏକାଠି ଦେଖିବାକୁ ମଧ୍ୟ ମିଳୁଛି । କରିସ୍ମାଙ୍କ ପ୍ରେମିକ ସନ୍ଦୀପ ପୂର୍ବରୁ ବିବାହିତ ହୋଇଥିବା ବେଳେ କରିସ୍ମାଙ୍କ ପାଇଁ ସେ ତାଙ୍କ ପ୍ରଥମ ସ୍ତ୍ରୀ ଅର୍ଷିତାଙ୍କୁ ଛାଡପତ୍ର ଦେଇ ସାରିଛନ୍ତି ।

ଆନୁଷ୍ଠାନିକ ଭାବେ ଏମାନଙ୍କ ବାହାଘର ନେଇ କୌଣସି ଘୋଷଣା ହୋଇନଥିବା ବେଳେ କପୁର ଖାନଦାନର ଏହି ସୁନ୍ଦରୀଙ୍କୁ ଆଉଥରେ ବଧୂବେଶରେ ଦେଖିବାକୁ ତାଙ୍କ ପ୍ରଶଂସକ ମାନେ ଅପେକ୍ଷା କରି ରହିଛନ୍ତି ।

Comments are closed.